ଭାରତ ସହ ଶତ୍ରୁତା ବେଳେ ପାକିସ୍ଥାନକୁ ବିମାନବାହୀ ଅତ୍ୟାଧୁନିକ ଯୁଦ୍ଧପୋତ ଦେଲା ଚୀନ

ବେଜିଂ: ଭାରତ ସହ ପାକିସ୍ଥାନ ଓ ଚୀନର ସମ୍ପର୍କ ଏବେ ଅତ୍ୟନ୍ତ ତିକ୍ତ ସମୟ ଦେଇ ଗତି କରୁଛି । ଶତ୍ରୁର ଶତ୍ରୁ ବନ୍ଧୁ ନ୍ୟାୟରେ ଭାରତର ଶତ୍ରୁ ଦେଶଗୁଡ଼ିକୁ ଚୀନ ସବୁପ୍ରକାର ସହଯୋଗ ଦେବା ଆରମ୍ଭ କରିଛି । ପ୍ରଥମେ ଭାରତ ବିରୋଧରେ ଚୀନ ନେପାଳକୁ ଉସୁକାଇବା ପରେ ପୁଣି ପାକିସ୍ଥାନକୁ ଅସ୍ତ୍ରଶସ୍ତ୍ର ପ୍ରଦାନ କରିବା ଆରମ୍ଭ କରିଛି । ପାକିସ୍ଥାନ ନିମନ୍ତେ ଚୀନ ରବିବାର ଏକ ଉନ୍ନତ ଯୁଦ୍ଧପୋତ ପ୍ରସ୍ତୁତ କରିଛି ଓ ତାହା ପାକିସ୍ଥାନକୁ ପ୍ରଦାନ କରାଯାଇଛି । କୁହାଯାଉଛି ଏହି ଯୁଦ୍ଧପୋତ ବର୍ତମାନ ସମୟର ଅନ୍ୟତମ ଅତ୍ୟାଧୁନିକ ଯୁଦ୍ଧ ଜାହାଜ ।
ଚୀନ ପକ୍ଷରୁ ପାକିସ୍ଥାନକୁ ପ୍ରଥମ ଯୁଦ୍ଧପୋତ ପ୍ରଦାନ କରାଯାଇଛି । ଏହାବ୍ୟତୀତ ଚୀନ ପାକିସ୍ଥାନକୁ ଆହୁରି ୩ଟିଯୁଦ୍ଧପୋତ ପ୍ରଦାନ କରିବ ବୋଲି ପ୍ରତିଶ୍ରୁତି ଦେଇଛି । ପାକିସ୍ଥାନ ଗଣମାଧ୍ୟମ ସୂଚନା ଅନୁସାରେ ଏହା ୦୫୪ଏ/ପି ଗାଇଡ଼େଡ଼୍ ମିଶାଇଲ୍ ଫ୍ରିଗେଟ୍ ବର୍ଗର । ଚୀନ କୌଣସି ବିଦେଶୀ ସେନାକୁ ଏହି ଯୁଦ୍ଧଜାହାଜ ପୂର୍ବରୁ ବିକ୍ରି କରିନାହିଁ । ପ୍ରଥମକରି ଏହିପରି ଯୁଦ୍ଧଜାହାଜ ପାକିସ୍ଥାନକୁ ପ୍ରଦାନ କରାଯାଇଛି । ଏହି ଯୁଦ୍ଧଜାହାଜ ମିଳିବା ପରେ ପାକ୍ ନୌସେନାର କ୍ଷମତା ଦ୍ବିଗୁଣିତ ହୋଇଯିବ ବୋଲି କୁହାଯାଉଛି ।
୨୦୨୧ ମସିହା ସୁଦ୍ଧା ପାକିସ୍ଥାନ ଆହୁରି ୩ଟି ଯୁଦ୍ଧଜାହାଜ ପ୍ରଦାନ କରିବ । ଚୀନର ହଡ଼ୋଙ୍ଗ ଝାଙ୍ଗହୁଆ ସିପୟାର୍ଡ଼ରେ ଏଥିପାଇଁ ଏକ ଉତ୍ସବ ଆୟୋଜନ କରାଯାଇଥିଳା, ଯେଉଁଥିରେ ପାକିସ୍ଥାନ ଓ ଚୀନର କିଛି ନୌସେନା ଅଧିକାରୀ ଉପସ୍ଥିତ ଥିଲେ । ଚୀନର ସରକାରୀ ଜାହାଜ ନିର୍ମାଣ ସଂସ୍ଥା ଏହାକୁ ପ୍ରସ୍ତୁତ କରିଛି ।  ପାକିସ୍ଥାନ ବିଦେଶ ମନ୍ତ୍ରୀ ଶାହା ମହମ୍ମୁଦ କ୍ୟୁରେସୀଙ୍କ ଚୀନ ଗସ୍ତ ପରେ ଏହି ଜାହାଜ ପାକିସ୍ଥାନକୁ ଚୀନ ପ୍ରଦାନ କରିଛି ।

Comments are closed.