ବାୟୋଲୋଜିକାଲ୍‌ ଏବଂ କେମିକାଲ୍‌ ହତିଆର୍‌ ପ୍ରସ୍ତୁତ କରୁଛି ଚୀନ୍‌- ଭାରତର ବଢୁଛି ଚିନ୍ତା

ବେଜିଂ – ଚୀନ୍‌ ନିଜର ଶକ୍ତି ବୃଦ୍ଧି କରିବା ପାଇଁ ବିଭିନ୍ନ ବାୟୋଲଜିକାଲ୍‌ ଏବଂ କେମିକାଲ୍‌ ଅସ୍ତ୍ରଶସ୍ତ୍ର ତିଆରି କରୁଛି । କୋଭିଡ୍‌ ଭୁତାଣୁକୁ ବୁହାନ୍‌ର ଲ୍ୟାବ୍‌ରେ ତିଆରି କରାଯାଇଥିବା ଅଭିଯୋଗ ହୋଇଥିଲା । ଅନେକ ଦେଶ ଏହାର ଦାବି କରିଥିଲେ । ଆମେରିକା ପ୍ରମାଣ ମଧ୍ୟ ରଖିଥିଲା । ସାରା ବିଶ୍ୱକୁ କରୋନା କବଳିତ କରିଥିଲା । ଏବେ ନିଜର ପ୍ରଭାବ ବିସ୍ତାର ପାଇଁ ବାୟୋଲୋଜିକାଲ ଏବଂ କୋମିକାଲ୍‌ ଅସ୍ତ୍ରଶସ୍ତ୍ର ତିଆରି କରୁଥିବା ଅଭିଯୋଗ ହୋଇଛି । ଚୀନ୍‌ର ପିପୁଲସ୍‌ ଲିବରେସନ୍‌ ଆର୍ମିର ଜଏଣ୍ଟ ମିଲେଟାରୀ ବ୍ରିଗେଡ୍‌ ତିବ୍ଦତରେ ବାୟୋଲିଜିକାଲ ଏବଂ କେମିକାଲ୍‌ ଅସ୍ତ୍ରଶସ୍ତ୍ରର ଯୁଦ୍ଧାଭ୍ୟାସ କରିଥିଲେ। ଏହା ତିବ୍ଦତରେ ଥିବା ଚୀନ୍‌ର ଓ୍ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡରେ କରାଯାଇଥିଲା । ଚୀନ୍‌ରେ ୫ଟି ସେନା ଥିଏଟର କମାଣ୍ଡ ରହିଛି । ଏହା ସବୁଠାରୁ ବଡ଼ ଏବଂ ମହତ୍ତ୍ୱପୂର୍ଣ୍ଣ ।

ଚୀନ୍‌ର ସରକାରୀ ନ୍ୟୁଜ୍‌  ପୋର୍ଟାଲରେ ଏହି ଯୁଦ୍ଧାଭ୍ୟାସ ବିଷୟରେ ସୂଚନା ଦିଆଯାଇଛି । ଚୀନ୍‌ର ଜଣେ ଅଧିକାରୀ ଏହି ଯୁଦ୍ଧାଭ୍ୟାସ ସମ୍ପର୍କରେ ସୂଚନା ଦେଇଛନ୍ତି । ଏଥିରେ ଯୁଦ୍ଧାଭ୍ୟାସ କିପରି ଥିଲା ଏବଂ କେତେ ସୈନ୍ୟ ଅଂଶଗ୍ରହଣ କରିଥିଲେ। ସେ ସମ୍ପର୍କରେ ସୂଚନା ଦିଆଯାଇଛି ।

ଏହି ଡ୍ରିଲ୍‌ ସମୟରେ କମାଣ୍ଡିଙ୍ଗ ଅଫିସର୍‌ ନ୍ୟୁକ୍ଲିୟର, ବାୟୋଲଜିକାଲ୍‌ ଏବଂ କେମିକାଲ୍‌ ଆକ୍ରମଣର ଚେତାବନୀ ଦେଇଥିଲେ । ଗୋଟିଏ ବାଟାଲିୟନ୍‌ର କମାଣ୍ଡର ଫୁନ୍‌ପେଙ୍ଗ୍‌ ମୋର୍ଚ୍ଚା ସମ୍ଭାଳିଥିବା ବେଳେ ସବୁ ସୈନିକ ଗ୍ୟାସ ମାସ୍କ ପିନ୍ଧି ପ୍ରସ୍ତୁତ ରହିଥିଲେ । ଆମେରିକା ପକ୍ଷରୁ ଚୀନ୍‌ ବହୁଳମାତ୍ରାରେ କେମିକାଲ୍‌ ଏବଂ ବାୟୋଲଜିକାଲ୍‌ ଅସ୍ତ୍ରଶସ୍ତ୍ର ତିଆରି କରୁଥିବା କଥା ନଭେମ୍ବର ମାସରେ ସୂଚନା ଦିଆଯାଇଥିଲା ।

ଚୀନ୍‌ର ଏହି ପଦକ୍ଷେପ ଭାରତର ଚିନ୍ତା ବଢାଇଛି । ଭାରତର ସୀମା ନିକଟରେ ଚୀନ୍‌ ଏପରି ଯୁଦ୍ଧାଭ୍ୟାସ କରିଛି ।

Comments are closed.