୨୧ରେ ଭାରତ ଆସିବେ ଚୀନ ପ୍ରତିରକ୍ଷା ମନ୍ତ୍ରୀ

0

ନୂଆଦିଲ୍ଲୀ : ଚୀନ୍‍ ପ୍ରତିରକ୍ଷା ମନ୍ତ୍ରୀ ତଥା କେନ୍ଦ୍ରୀୟ ସାମରିକ କମିସନ୍‍ ୱେଇ ଫେଙ୍ଗହେ ଆସନ୍ତା ଅଗଷ୍ଟ ୨୧ରେ ଭାରତ ଆସିବେ। ଅଗଷ୍ଟ ୨୪ ପର୍ଯ୍ୟନ୍ତ ଭାରତ ରହଣି ବେଳେ ସେ ଦୁଇ ଦେଶର ସାମରିକ ସହଯୋଗିତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିବେ। ଏନେଇ ଭାରତୀୟ ପ୍ରତିପକ୍ଷ ନିର୍ମଳା ସୀତାରମଣଙ୍କ ସହିତ ବିଭାଗୀୟ ଅଧିକାରୀ ତଥା ପ୍ରମୁଖ ପ୍ରତିରକ୍ଷା କମାଣ୍ଡରଙ୍କ ସହ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍‍ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗ୍‍ଙ୍କ ମଧ୍ୟରେ ଗତ ଏପ୍ରିଲରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାପରେ ପ୍ରଥମଥର ପାଇଁ ଉଭୟ ଦେଶ ମଧ୍ୟରେ ପୁନଃ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି।

Leave A Reply