ଚୀନ୍‍ କାରଖାନାରେ ବିସ୍ଫୋରଣ: ୧୯ମୃତ

0

ବେଜିଂ : ଚୀନ୍‍ର ସିଚୁଆନ୍‍ ପ୍ରଦେଶ ଅନ୍ତର୍ଗତ ୟିବିନ୍‍ ଶିଳ୍ପାଞ୍ଚଳସ୍ଥିତ ଏକ ରାସାୟନିକ ଦ୍ରବ୍ୟ ପ୍ରସ୍ତୁତି କାରଖାନାରେ ବିସ୍ଫୋରଣ ଯୋଗୁଁ ୧୯ଜଣଙ୍କ ପ୍ରାଣହାନି ଘଟିଛି। ଏଥିରେ ପ୍ରାୟ ୧୫ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏହାର ଆଖପାଖ କୋଠା ଓ କାରଖାନା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଚୀନ୍‍ର ଶିଳ୍ପ କାରଖାନାଗୁଡ଼ିକରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି। ଶିଳ୍ପାନୁଷ୍ଠାନରେ ସୁରକ୍ଷା ବ୍ୟବସ୍ଥା ସବୁଚିତ ନଥିବା ଅଭିଯୋଗ ହେଉଛି। ୨୦୧୫ରେ ତିଆନଜିନ୍‍ଠାରେ ଘଟିଥିବା ଏଭଳି ଏକ ଦୁର୍ଘଟଣାରେ ୧୬୫ଜଣଙ୍କ ପ୍ରାଣହାନି ଘଟିଥିଲା।

Leave A Reply