ଇସ୍ରାଏଲରେ ଚୀନ ରାଷ୍ଟ୍ରଦୂତଙ୍କ ସନ୍ଦେହଜନକ ମୃତ୍ୟୁ

ଜେରୁଜେଲମ: ଇସ୍ରାଏଲରେ ନିଯୁକ୍ତ ଚୀନ ରାଷ୍ଟ୍ରଦୂତ ଆଜି କିଛି ସମୟ ପୂର୍ବରୁ ସନ୍ଦେହଜନକ ଭାବରେ ମୃତ୍ୟୁବରଣ କରିଛନ୍ତି । ତାଙ୍କ ବାସଭବନରୁ ମୃତଦେହ ଉଦ୍ଧାର କରାଯାଇଛି । ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଲା ତାହାସ୍ପଷ୍ଟ ହୋଇନାହିଁ ।

ଇସ୍ରାଏଲ୍ ବୈଦେଶିକ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇଛି । ଚୀନ୍ ରାଷ୍ଟ୍ରଦୂତ ଡୁ.ୱେଇଙ୍କ ଙ୍କ ମୃତଦେହ ଖଟ ଉପରେ ପଡିଥିବା ଦେଖିବାକୁ ମିଳିଥିଲା । ଶୋଇଥିବା ଅବସ୍ଥାରେ ସେ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ପ୍ରଥମେ ତାଙ୍କର ଜଣେ କର୍ମଚାରୀ ହିଁ ତାଙ୍କ ମୃତଦେହ ଦେଖିଥିଲେ । ତାଙ୍କ ଶରୀରରେ କୌଣସି କ୍ଷତଚିହ୍ନ ନାହିଁ । ହୃଦଘାତରୁ ସେ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି । ଇସ୍ରାଏଲରେ ନୂଆ ସରକାରର ଶପଥ ଗ୍ରହଣର କିଛି ଘଣ୍ଟା ପୂର୍ବରୁ ସେଠାରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତଙ୍କ ମୃତ୍ୟୁକୁ ନେଇ ବିିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି ହୋଇଛି । ୩ ମାସ ତଳେ ସେ ଇସ୍ରାଏଲରେ ନିଯୁକ୍ତି ପାଇଥିଲେ ।

Comments are closed.