ନରମିଲା ଚୀନ; ଏଲଏସିର ବିବାଦୀୟ ଅଞ୍ଚଳରୁ ନିଜ ସୈନ୍ୟଙ୍କୁ ପଛକୁ ହଟାଇବ

ନୂଆଦିଲ୍ଲୀ: ଶେଷରେ ନରମିଛି ଚୀନ। ଭାରତକୁ ବାରମ୍ବାର ନାଲିଆଖି ଦେଖାଉଥିବା ଚୀନ ଲଦାଖର ଏଲଏସି ଅନ୍ତର୍ଗତ ବିବାଦୀୟ ଅଞ୍ଚଳରୁ ନିଜର ସୈନ୍ୟଙ୍କୁ ପଛକୁ ହଟାଇନେବାକୁ ପ୍ରସ୍ତୁତ ହୋଇଛି। ସୀମା ବିବାଦକୁ ନେଇ ଏଲଏସିରେ ଉପୁଜିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ସାଧାରଣ ଅବସ୍ଥାକୁ ଫେରାଇ ଆଣିବା ଲାଗି ଗତ ସୋମବାର ହୋଇଥିବା ସୈନ୍ୟ କମାଣ୍ଡର ସ୍ତରୀୟ ଆଲୋଚନା ପରେ ଦୁଇ ଦେଶ ଏଥିରେ ସହମତି ପ୍ରକାଶ କରିଛି। ଉଭୟ ଦେଶର ସେନା ବିବାଦୀୟ ଅଞ୍ଚଳରୁ ନିଜ ସୈନ୍ୟଙ୍କୁ ପଛକୁ ଫେରାଇନେବେ ବୋଲି ବୈଠକରେ ସ୍ଥିର ହୋଇଛି।

ଗତ ସୋମବାର ମୋଲଡୋଠାରେ ଦୁଇ ପକ୍ଷ ମଧ୍ୟରେ ଦୀର୍ଘ ୧୧ ଘଣ୍ଟା ଧରି ସୈନ୍ୟ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା। ଭାରତ ନିଜ ଜିଦରେ ଅଟଳ ରହି କହିଥିଲା ଯେ ଗଲୱାନ, ପେନ୍‌ଗୋଙ୍ଗ ସୋ ଏବଂ ହଟ୍‌ ସ୍ପ୍ରିଙ୍ଗ ଅଞ୍ଚଳରେ ଯେପର୍ଯ୍ୟନ୍ତ ମେ ୨ ତାରିଖ ପୂର୍ବର ସ୍ଥିତି ନ ଫେରିଛି ସେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ପରିସ୍ଥିତି ଗମ୍ଭୀର ରହିବ। ତେବେ ଆଲୋଚାନ ସମୟରେ ଚୀନ ନିଜର ସୈନ୍ୟଙ୍କୁ ବିବାଦୀୟ ଅଞ୍ଚଳରୁ ପଛକୁ ଫେରାଇନେବା ଲାଗି ସହମତି ଜଣାଇଥିବା ସୂଚନା ମିଳିଛି।

Comments are closed.