ଭୁବନେଶ୍ୱରରେ ପହଞ୍ଚିଲା ଚୀନ ହକି ଦଳ

0

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୮ରୁ ଆରମ୍ଭ ହେବାକୁ ଯାଉଥିବା ହକି ବିଶ୍ୱକପ ପାଇଁ ଭୁବନେଶ୍ୱରକୁ ବିଭିନ୍ନ ବିଦେଶୀ ହକି ଦଳଙ୍କର ଆଗମନ ହେବାରେ ଲାଗିଛି। ଏହି କ୍ରମରେ ଗୁରୁବାର ରାତି ୨ଟାରେ ଚୀନର ପୁରୁଷ ହକି ଦଳ ଆସି ଭୁବନେଶ୍ୱରରେ ପହଞ୍ଚିଛି । ବୁଧବାର ଅଲିମ୍ପିକ୍‍ ଚମ୍ପିଆନ ଆର୍ଜେଣ୍ଟିନା ଓ ଦକ୍ଷିଣଆଫ୍ରିକା ଦଳ ଭୁବନେଶ୍ୱରରେ ପାଦ ଦେଇଥିବା ବେଳେ ଗୁରୁବାର ଫ୍ରାନ୍‍ସ ଓ ଚୀନ୍‍ ଦଳ ପହଞ୍ଚିଛନ୍ତି। ଶୁକ୍ରବାର ୩ଟି ଦଳ ସ୍ପେନ୍‍, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଦଳ ଆସି ଓଡ଼ିଶାରେ ପହଞ୍ଚିବେ। ବିଶ୍ୱ ମାନ୍ୟତାର ୮ ନମ୍ବର ସ୍ଥାନରେ ଥିବା ସ୍ପେନ୍‍ ସକାଳ ୯ଟା ୩୦ରେ ପହଞ୍ଚିବ। ସେହିପରି ବିଶ୍ୱ ମାନ୍ୟତାର ୭ ନମ୍ବର ସ୍ଥାନରେ ଥିବା ଇଂଲଣ୍ଡ ଓ ୯ ନମ୍ବର ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ରାତି ୧୧ଟା ୨୫ରେ ପହଞ୍ଚିବେ।

Leave A Reply