କରୋନା ପାଇଁ ଆଗୁଆ ପଦକ୍ଷେପ : ଚୀନରୁ ଆଜି ଫେରିବେ ୪ଶହ ଭାରତୀୟ

ନୂଆଦିଲ୍ଲୀ : ଚୀନ୍‌ର ଉହାନ ପ୍ରଦେଶରେ ଥିବା ୪ଶହ ଭାରତୀୟଙ୍କୁ ଶନିବାର ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ବୋଇଂ ୭୪୭ ଯୋଗେ ସ୍ବଦେଶ ଫେରିବେ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି। ଏୟାର ଇଣ୍ଡିଆ ନିର୍ଦେଶକ ଅଶ୍ବିନୀ ଲୋହାନି କହିଛନ୍ତି ଯେ, ଇତି ମଧ୍ୟରେ ଉହାନ ପ୍ରଦେଶରେ ବିମାନଟି ପହଞ୍ଚି ସାରିଛି ା ୪୨୩ ସିଟ୍‌ ଥିବା ଉକ୍ତ ବିମାନ ଯୋଗେ ୨ଥରରେ ଯାତ୍ରୀଙ୍କୁ ଅଣାଯିବ। ଶନିବାର ରାତି ୨ଟା ସୁଦ୍ଧା ସମସ୍ତ ଭାରତୀୟ ସ୍ବଦେଶରେ ପହଞ୍ଚିଯିବେ। ବିମାନବନ୍ଦରରେ ପ୍ରଥମେ ଏହି ଯାତ୍ରୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ସେଠାରୁ ସେମାନଙ୍କୁ ସେନା ଶିବିରକୁ ପଠାଯିବ ା ଭାରତରେ ପହଞ୍ଚିବା ପରେ ବୈଦେଶିକ ମନ୍ତ୍ରଣାଳୟ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ ବୋଲି ସୂଚନା ଦେଇଛି ା ଇତି ମଧ୍ୟରେ କରୋନା ଭୂତାଣୁ ଟୀକା ସଫଳତାର ସହ ପରୀକ୍ଷଣ କରାଯାଇଥିବା ହକଂ ବିଶ୍ବବିଦ୍ୟାଳୟର କେତେକ ଗବେଷକ ସୂଚନା ଦେଇଛନ୍ତି ା
ଯାତ୍ରୀଙ୍କୁ ନେଇ ଆସୁଥିବା ଏହି ବିମାନରେ ୫ଜଣିଆ ଡାକ୍ତରୀ ଦଳ ରହିବେ। ଭାରତରେ ପହଞ୍ଚିବା ପରେ ବିମାନ ବନ୍ଦରରେ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଭାରତୀୟ ସେନା ପକ୍ଷରୁ ହରିୟାଣାର ମାନେସରରେ ୩ ଶହ ଶଯ୍ୟା ବିଶିଷ୍ଟ ଏକ ଚିକିତ୍ସା ଶିବିର ଖୋଲା ଯାଇଛି। ବିମାନ ବନ୍ଦରରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେମାନଙ୍କୁ ​‌ମାନେସରସ୍ଥିତ ସେନା ଶିବିରକୁ ସ୍ଥାନାନ୍ତର କରାଯିବ ା ଭାରତୀୟ ସେନା ସୂତ୍ରରୁ ପ୍ରକାଶ ଯେ, ଆର୍ମଡ ଫୋର୍ସେସ ମେଡିକାଲ ସର୍ଭିସେସ୍‌ ଓ ବିମାନ ବନ୍ଦର ଚିକିତ୍ସା କର୍ତ୍ତୃପକ୍ଷଙ୍କ ତତ୍ତ୍ବାବଧାନରେ ଏମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ା ସେହିପରି ଇଣ୍ଡୋ ତିବ୍‌ବତିୟ ସୀମା ସୁରକ୍ଷା ବଳ (ଆଇଟିବିପି) ପକ୍ଷରୁ ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଛାୱଲା ଅଞ୍ଚଳରେ ୬ ଶହ ଶଯ୍ୟା ବିଶିଷ୍ଟ ଏକ ଚିକିତ୍ସା ଶିବିର ନିର୍ମାଣ କରାଯାଇଛି। ଆକ୍ରନ୍ତଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଆଇଟିବିପି ମୁଖପାତ୍ର ବିବେକ କୁମାର ପାଣ୍ଡେ କହିଛନ୍ତି । ଦୈନିକ ଏମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ା ୧୪ ଦିନ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ଯଦି କରୋନା ଭୂତାଣୁ ନଥିବା ଜଣାପଡ଼େ ସେମାନଙ୍କୁ ଘରକୁ ପଠାଇ ଦିଆଯିବ ା ଏହି ଶିବିରରେ ଜଣେ ପ୍ରଶାସନିକ ଅଧିକାରୀଙ୍କ ତତ୍ତ୍ବାବଧାନରେ ଭେଷଜ ବିଶେଷଜ୍ଞ, ଦୁଇ ଜଣ ସେବିକା ଓ ଜଣେ ମହିଳା ଚିକିତ୍ସା ଅଧିକାରୀ ରହିବେ। ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ଯଦି କୌଣସି ବ୍ୟକ୍ତିଙ୍କ ଶରୀରରେ କରୋନା ଭୂତାଣୁ ଥିବା ଜଣାପଡ଼େ ତାଙ୍କୁ ବସ୍‌ଯୋଗେ ଦିଲ୍ଲୀ କେଣ୍ଟସ୍ଥିତ ହସପାତାଳରେ ଭର୍ତ୍ତି କରାଯିବ। ଭାରତର ପ୍ରଥମ କୋରନା ସଂକ୍ରମିତ ରୋଗୀ ପ୍ରଥମେ କେରଳରେ ଚିହ୍ନଟ କରାଯାଇଥିଲା। ଚୀନ୍‌ର ଉହାନ ବିଶ୍ବବିଦ୍ୟାଳୟରେ ପଢୁଥିବା ଭାରତୀୟ ଛାତ୍ର କେରଳ ଫେରିବା ପରେ ତାଙ୍କ ଶରୀରରେ ଏହି ଭୂତାଣୁ ଥିବା ଜଣାପଡ଼ିଥିଲା ା ଏହି ଭୂତାଣୁରେ ଆକ୍ରାନ୍ତ ହୋଇ ମାଲେସିଆରେ କାମ କରୁଥିବା ତ୍ରିପୁରାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ସେହିପରି ଭୋପାଳରେ ଜଣେ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇ ସ୍ଥାନୀୟ ଏମ୍ସରେ ଭର୍ତ୍ତି କରାଯାଇଛି।
ଭାରତ ସହ ୨୦ ଦେଶରେ କରୋନା ଭୂତାଣୁ ବ୍ୟାପିଛି ା ଏପର୍ଯ୍ୟନ୍ତ ସମଗ୍ର ବିଶ୍ବରେ ୯,୬୯୨ ବ୍ୟକ୍ତି କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ପ୍ରକାଶ କରିଛି। ଚୀନ୍‌ର ହୁବଇ ପ୍ରଦେଶରେ ସର୍ବାଧିକ ୨୦୪ ଜଣଙ୍କ ମୃତ୍ୟୁ ଘଟିଛି। ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ପାଇଁ ଚୀନ୍‌ର ଲୋକେ ମୁଣ୍ଡରେ ହେଲମେଟ୍‌, ମାସ୍କ ଓ ପ୍ଲାଷ୍ଟିକ୍‌ ବ୍ୟାଗ ପୂରାଇ ଯାତାୟାତ କରୁଥିବା ଜଣାପଡ଼ିଛି। ପରିସ୍ଥିତି ଏପରି ହୋଇଛି ଯେ, କୁକୁର ଓ ଗୃହପାଳିତ ପଶୁଙ୍କୁ ମାସ୍କ ପିନ୍ଧା ଯାଉଥିବା ଦେଖିବାକୁ ମିଳିଛି। ଜରୁରୀ ପରିସ୍ଥିତି ଘୋଷଣା ହୋଇଥିଲେ ହେଁ ବ୍ୟବସାୟିକ କାରବାର ଉପରେ କଟକଣା ଜାରି କରାଯାଉ ନାହିଁ ବୋଲି ଡବ୍ଲ୍ୟୁଏଚଓ ମୁଖ୍ୟ ଟେଡ୍ରୋସ ଏଡନୋମ ଗୋବ୍ରିଏସିସ୍‌ କହିଛନ୍ତି। ଜରୁରୀ ପରିସ୍ଥିତି ଘୋଷଣା କରିବା ଦ୍ବାରା ଏହି ସଂକ୍ରମଣରୁ ବିଶ୍ବବାସୀଙ୍କ ସୁରକ୍ଷା ପାଇଁ ଅନ୍ତର୍ଜାତୀୟ ସ୍ତରରେ ପଦକ୍ଷେପ ଗ୍ରହଣ କରାଯିବ ା ଏହାକୁ ମିଶାଇ ଡବ୍ଲ୍ୟୁଏଚଓ ୬ ଥର ଜରୁରୀ ପରିସ୍ଥିତ ଘୋଷଣା କରିଛି। ୨୦୦୭ରେ ସାର୍ସ (ଚୀନ୍‌), ୨୦୦୯ରେ ସ୍ବାଇନ ଫ୍ଲୁ, ୨୦୧୪ରେ ପୋଲିଓ ଓ ଇବୋଲା ଓ ୨୦୧୯ରେ ଜିକା ଭୂତାଣୁ ପାଇଁ ଡବ୍ଲ୍ୟୁଏଚଓ ଜରୁରୀ ପରିସ୍ଥିତି ଘୋଷଣା କରିଥିଲା।
ହଂକଂ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ କରୋନା ଭୂତାଣୁ ଟିକା ପ୍ରସ୍ତୁତ କରିସବାରେ ସଫ ଳ ହୋଇଥିବା ଦାବି କରିଛନ୍ତି। ଗବେଷକ ୟୁଏନ କୌକ୍‌ ୟୁଙ୍ଗଙ୍କ କହିବାନୁଯାୟୀ ଏହି ଟୀକାକୁ ପ୍ରଥମେ ଜୀବଜନ୍ତୁଙ୍କ ଉପରେ ପ୍ରୟୋଗ କରାଯାଇଛି। ମନୁଷ୍ୟଙ୍କ ଉପରେ ପ୍ରୟୋଗ କରିବା ପାଇଁ ଆହୁରି ବର୍ଷେ ଲାଗିବ ବୋଲି ସେ କହିଛନ୍ତି। ଆମେରିକୀୟ ବିଶେଷଜ୍ଞମାନେ ଏହି ଭୂତାଣୁ ଟୀକା ଉପରେ ଗବେଷଣା ଜାରି ରଖିଥିବା ଜଣାପଡ଼ିଛି।

Comments are closed.