ଭୂତାଣୁ ବିସ୍ତାର ପରେ ଚୀନ ଆରମ୍ଭ କରିଛି କରୋନା ବ୍ୟବସାୟ

ଫ୍ରାନ୍ସ : ଫ୍ରାନ୍ସ ଚୀନ୍‌ ଠାରୁ ୧୦୦ କୋଟି ଫେସ୍‌ ମାସ୍କ କିଣିବା ପାଇଁ ଅର୍ଡର ଦେଇଛି। ଫ୍ରାନ୍ସରେ ଏଯାବତ୍‌ ୩୭,୫୭୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨,୩୧୪ ଜଣଙ୍କର ମୃତ୍ୟୁ ହେଲାଣି। ପ୍ରତି ସପ୍ତାହରେ ଫ୍ରାନ୍ସରେ ୪ କୋଟି ଫେସ୍‌ ମାସ୍କ ବ୍ୟବହାର ହେଉଥିବା କହିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଏଡୁଆର୍ଡ ଫିଲିପ୍। ଏଥିପାଇଁ ଚୀନ୍‌ ଠାରୁ ୧୦୦ କୋଟି ମାସ୍କ କିଣିବାକୁ ଦେଶ ନିଷ୍ପତ୍ତି ନେଇଛି ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ସ୍ପେନ୍‌ ଚୀନ୍‌ ଠାରୁ ୪,୬୭୦ ଲକ୍ଷ ଟଙ୍କାର ମେଡିକାଲ୍‌ ସାମଗ୍ରୀ କିଣିଥିଲା। ଏବେ ବିଭିନ୍ନ ୟୁରୋପିଆନ ଦେଶକୁ ଚୀନ ମାସ୍କ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ନିମନ୍ତେ ଅର୍ଡର ପାଇଛି ।

Comments are closed.