ଲଦାଖ୍‍ର ୪୦୦ ମି. ଭିତରକୁ ପଶିଛି ଚୀନ୍‍

0

ନୂଆଦିଲ୍ଲୀ: ଚୀନ୍‍ ସେନା ଇତିମଧ୍ୟରେ ଭାରତ ସୀମା ମଧ୍ୟକୁ ପ୍ରାୟ ୪୦୦ରୁ ୫୦୦ ମିଟର ଅନୁପ୍ରବେଶ କରିଛି। ଡୋକ୍‍ଲାମ ବିବାଦ ପ୍ରସଙ୍ଗର ୧ ବର୍ଷ ପରେ ଚୀନ୍‍ ସେନା ପୂର୍ବ ଲଦାଖ୍‍ର ଡେମ୍‍ଚୋକ୍‍ ସେକ୍ଟରର ଅନୁପ୍ରବେଶ କରିବା ସହିତ ସେଠାରେ ୫ଟି ଶିବିର ସ୍ଥାପନା କରିଛି।
ଭାରତୀୟ ସେନାବାହିନୀର ସୂଚନା ଅନୁଯାୟୀ, ଗତ ମାସରେ ଏ ସମ୍ପର୍କରେ ଜଣାପଡ଼ିବା ପରେ ଉଭୟ ଦେଶର ବ୍ରିଗେଡିୟର ସ୍ତରରେ ଆଲୋଚନା ହୋଇଥିଲା। ଚୀନ୍‍ ସେନା ଶିବିର ହଟାଇବ ବୋଲି ଆଲୋଚନା ବେଳେ ସମ୍ମତ ହୋଇଥିଲା। କିନ୍ତୁ ଗତ ସୋମବାର ସୁଦ୍ଧା ଚୀନ୍‍ ସେନା ମାତ୍ର ୩ଟି ଶିବିର ହଟାଇଥିବା ବେଳେ ଆହୁରି ଦୁଇଟି ଶିବିର ସେଠାରେ ରହିଛି।
ଗତ ଜୁଲାଇ ପ୍ରଥମ ସପ୍ତାହରେ ଚୀନ ସେନା ବାହିନୀର ଏକ ଟ୍ରୁପ ସେଠାରେ ଥିବା ଜଣାପଡ଼ିବା ପରେ ଭାରତୀୟ ସେନାବାହିନୀ ପକ୍ଷରୁ ସେମାନଙ୍କୁ ଚୀନ୍‍ ଫେରିଯିବା ପାଇଁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ସେମାନେ ଭାରତୀୟ ସେନାଙ୍କ ପରାମର୍ଶକୁ କର୍ଣ୍ଣପାତ କରି ନଥିଲେ।

Leave A Reply