ଚିଲିକାରେ ହ୍ରଦରେ ହେବ ‘ଜଳ ବିମାନ ବନ୍ଦର’, ଖୁବ ଶୀଘ୍ର ଉଡିବ ବିମାନ

0

ଭୁବନେଶ୍ୱର:  ଚିଲିକା ହ୍ରଦ ମଧ୍ୟରେ ଖୁବ ଶୀଘ୍ର ବିମାନ ଅବତରଣ ଓ ଉଡାଣ କରିବ ।  ଏଥିପାଇଁ ଫିଜିବିଲିଟି ଷ୍ଟଡି ସରିଛି । ସ୍ପାଇସ୍‌ଜେଟ୍‌ ଏହି ବିମାନ ଉଡାଣ ପରିଚାଳନା କରିବ । ଚିଲିକା ମଧ୍ୟରେ ଓ୍ୱାଟର ଏରୋଡ୍ରମ ବା ଜଳ ବିମାନ ବନ୍ଦର ନିର୍ମାଣ କରାଯିବ । ଏଥିପାଇଁ ସ୍ପାଇସ୍‌ଜେଟ୍‌, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଅଧିକାରୀ,  ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷର ବରିଷ୍ଠ ଅଧିକାରୀ  ଅନୁଧ୍ୟାନ କରି  ଫେରିଛନ୍ତି ।

ଏଥିପାଇଁ  ଏଏଆଇର ମହା ନିର୍ଦେଶକ ଡକ୍ଟର ଗୁରୁପ୍ରସାଦ ମହାପାତ୍ର ଏଥିପାଇଁ ଜୁନ୍‌ ୧୧ ତାରିଖରେ  ମୁଖ୍ୟ ଶାସନ ସଚିବ  ଆଦିତ୍ୟ ପ୍ରସାଦ ପାଢୀଙ୍କୁ ଏକ ପତ୍ର ଲେଖିଥିଲେ । ଏହାପରେ ରାଜ୍ୟ ସରକାରଙ୍କ ଠାରୁ ସବୁଜ ସଙ୍କେତ ମିଳିଥିଲା । ଏଥିପାଇଁ ପରିବେଶ ମନ୍ତ୍ରାଳୟଠାରୁ ଅନୁମତିର ଆବଶ୍ୟକତା ରହିଛି । ଚିଲିକାକୁ ଯୁନେସ୍କୋର ବିଶ୍ୱ  ଐତିହର ମାନ୍ୟତା ଦେଇଛି । ଏଠାକୁ ଶୀତଦିନେ ଲକ୍ଷ ଲକ୍ଷ ସଂଖ୍ୟାରେ ବିଦେଶୀ ପକ୍ଷୀ ଆସିଥାଆନ୍ତି  । ଏଠାରେ ଜଳ ବିମାନ ବନ୍ଦର ହୋଇ ପାରିଲେ ପର୍ଯ୍ୟଟନ ଶିଳ୍ପର ବିକାଶ ହେବ ବୋଲି ଆକଳନ କରାଯାଉଛି । ଏଠାରେ ସି ପ୍ଲେନ ଅବତରଣ କରିପାରିବ ।

ସି ପ୍ଲେନ ଭୂମି ସହ ପାଣିରୁ ବି ଉଡାଣ ଭରି ପାରିବ ।  ଉଦ୍ଧାର କାର୍ଯ୍ୟରେ ଏହାକୁ ବ୍ୟବାହର କରାଯାଇ ପାରିବ । ମାତ୍ର ତିନିଶହ ମିଟର ସ୍ଥାନରେ ଏହା ଉଡାଣ ଭରି ପାରିବ । ସ୍ପାଇସ୍‌ ଜେଟ୍‌କୁ ଚିଲିକାରେ ଓ୍ୱାଟର ଏରୋଡ୍ରୋମ୍‌ ପାଇଁ ସୁଯୋଗ ଦିଆଯିବ । ଏଥିପାଇଁ ଜାପାନରୁ ୧୦୦ଟି ସି ପ୍ଲେନ୍‌ କିଣିବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି । ଡିଜିସିଏ ଏଥିପାଇଁ ଏକ କମିଟି ତିଆରି କରିଛି । ଦେଶରେ ୧୫ଟି ସ୍ଥାନକୁ ଏଥିପାଇଁ ଚୟନ କରିଛି ।

Leave A Reply