ଘାଟ ବିବାଦ: ଡଙ୍ଗାରେ ଫସିଛନ୍ତି ଶତାଧିକ ଯାତ୍ରୀ, ଚିଲିକା ଜହ୍ନିକୁଦାରେ ଉତ୍ତେଜନା

କୃଷ୍ଣପ୍ରସାଦ: ଘାଟ ବିବାଦ ଯୋଗୁଁ ଡଙ୍ଗାରେ ଫସିଛନ୍ତି ଶତାଧିକ ଯାତ୍ରୀ। ଚିଲିକାର ଜହ୍ନିକୁଦା ଘାଟରେ ଡଙ୍ଗା ଲାଗିବାକୁ ଅନୁମତି ଦିଆଯାଉନାହିଁ। ସାତପଡ଼ାରୁ ଆସିଥିବା ୨୦ରୁ ଅଧିକ ଡଙ୍ଗାକୁ ଘାଟରେ ଲଗାଇ ଦିଆଯାଉନାହିଁ। ଘାଟରେ ଲାଗିବାକୁ ଅନୁମତି ମିଳୁନଥିବାରୁ ଡଙ୍ଗାରେ ଫସିଛନ୍ତି ଶତାଧିକ ଯାତ୍ରୀ। ସାତପଡ଼ା ଓ ଜହ୍ନିକୁଦା ଘାଟ ବିବାଦକୁ ନେଇ ଡଙ୍ଗାରେ ଫସିଛନ୍ତି ଯାତ୍ରୀ। ଫଳରେ ଚିଲିକା-ଜହ୍ନିକୁଦାରେ ଉତ୍ତେଜନା ଦେଖାଦେଇଛି। ଡଙ୍ଗା ଚାଳକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଚଳିତ ବର୍ଷ ଦ୍ବିତୀୟ ବାଲିଯାତ୍ରା ବେଳେ ବିବାଦ ଦେଖାଦେଇଛି। ପାଣି ଭିତରେ ଶହ ଶହ ଲୋକ ଫସି ରହିଥିବା ସୂଚନା ମିଳିଛି।

ଅପରପକ୍ଷରେ ବିବାଦ ସମାଧାନ ହେବା ପରେ ଘାଟରେ ଡଙ୍ଗା ଲାଗିଛି। ଜହ୍ନିକୁଦା ଘାଟରେ ୨୦ରୁ ଅଧିକ ଯାତ୍ରୀବାହି ଡଙ୍ଗା ଲାଗିଛି। ଉଭୟ ପକ୍ଷ ମଧ୍ୟରେ ଆପୋସ ବୁଝାମଣା ପରେ ଡଙ୍ଗା ଲାଗିବାକୁ ଅନୁମତି ଦିଆଯାଇଛି।

Comments are closed.