ଚିଲିକାରେ ଜଳ ବିମାନ ବନ୍ଦର ପ୍ରତିଷ୍ଠାକୁ ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ବିରୋଧ

0

ଭୁବନେଶ୍ୱର: ଚିଲିକା ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ଗୁରୁବାର ଦିନ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଚିଲିକାରେ ଜଳ ବିମାନ ବନ୍ଦର ପ୍ରତିଷ୍ଠାକୁ ନେଇ ମତ୍ସ୍ୟଜୀବୀ ମାନେ ବିରୋଧ କରିଛନ୍ତି। ଜଳ ବିମାନ ବନ୍ଦର ପ୍ରତିଷ୍ଠା ହେବା ଦ୍ୱାରା ମତ୍ସ୍ୟଜୀବୀମାନଙ୍କର ସର୍ବନାଶ ହେବା ସହ ରାଜନୈତିକ ଦଳମାନଙ୍କର ଲାଭ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ଚିଲିକା କୂଳରେ ଥିବା ୧୫୦ଟି ଗ୍ରାମର ୨ଲକ୍ଷରୁ ଉର୍ଦ୍ଧ୍ବ ମତ୍ସ୍ୟଜୀବୀ ବେସାହାର ହୋଇଯିବେ। ଏହି ବନ୍ଦର ହେବା ଦ୍ୱାରା ଜଳ, ବାୟୁ ଓ ଶଦ୍ଦ ପ୍ରଦୂଷଣ ବଢିବ। ଚିଲିକାରେ ଜୀବିକା ପାଇଁ ନିର୍ଭରଶୀଳ ମତ୍ସ୍ୟଜୀବୀଙ୍କ ପାଇଁ ଏହା ବିପର୍ଯ୍ୟସ୍ତ ହୋଇ ପଡିବ। ତେଣୁ ସରକାର ଏହି ବନ୍ଦରକୁ ତୁରନ୍ତ ବନ୍ଦ କରିବା ପାଇଁ ମହାସଂଘ ପକ୍ଷରୁ କୁହାଯାଇଛି। ଯଦି ସରକାର ଏହି ବନ୍ଦର ପ୍ରତିଷ୍ଠା ବନ୍ଦ ନ କରନ୍ତି ତେବେ ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ସମସ୍ତ ଶକ୍ତି ଦେଇ ବିରୋଧ କରାଯିବ ବୋଲି କୁହାଯାଇଛି।

Leave A Reply