ଚିଲିଦାରେ ଥିବା ବ୍ୟାଙ୍କ୍ ଅଫ ଇଣ୍ଡିଆର ଶାଖାରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ

ପାଟଣା – ପାଟଣା ବ୍ଲକ ଅନ୍ତର୍ଗତ ଚିଲିଦା ସ୍ଥିତ ବ୍ୟାଙ୍କ୍ ଅଫ ଇଣ୍ଡିଆରେ ବୁଧବାର ବିଳମ୍ବିତ ରାତିରେ ସର୍ଟସର୍କିଟରୁ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଛି। ବ୍ୟାଙ୍କ୍ ଭିତରେ ଥିବା କାଗଜ ପତ୍ର ସ ଟଙ୍କା ଗଣିବା ଯନ୍ତ୍ର, ନକଲି ନୋଟ ଚିହ୍ନିବା ଯନ୍ତ୍ର , ଦୁଇଟି କମ୍ପ୍ୟୁଟର ଓ ଅନ୍ୟାନ୍ୟ ବୈଦ୍ୟୁତିକ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।

ଘର ମାଲିକ ଧୂଆଁ ବାହାରୁ ଥିବା ଦେଖି ବ୍ୟାଙ୍କ୍ ଶାଖା ପରିଚାଳକଙ୍କୁ ଜଣାଇବା ସହ ପାଟଣା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପାଟଣା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲା। ଏହି କାରଣରୁ ଗୁରୁବାରରେ ବ୍ୟାଙ୍କ୍ ଶାଖା ବନ୍ଦ ରହିଥିବା ସୂଚନା ମିଳିଛି।

Comments are closed.