ପିକକ୍ ପକ୍ଷରୁ ଶିଶୁ ଅଧିକାର ସପ୍ତାହ ଉଦଯାପିତ

ପାଟଣା : ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ପିକକ୍ ତରଫରୁ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ୧୦ ଟି ପଞ୍ଚାୟତର ୨୫ ଟି ଗ୍ରାମରେ ନଭେମ୍ବର ୧୪ ରୁ ୨୦ ତାରିଖ ଯାଏ  ଶିଶୁ ଅଧିକାର ସପ୍ତାହ ପାଳନ କରାଯାଇଛି । ପ୍ରତିଦିନ ଶିଶୁ ମାନଙ୍କୁ ନେଇ ବିଭିନ୍ନ ପ୍ରକାର ପ୍ରତିଭା ଅନ୍ୱେଷଣ ଓ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ସାଧାରଣ ବୈଠକ, ଚିତ୍ରାଙ୍କନ ପ୍ରତିଯୋଗିତା, ସଚେତନତା ଶୋଭାଯାତ୍ରା, ବକ୍ତୃକ୍ତା ପ୍ରତିଯୋଗିତା ଓ ଲିଖନ ପ୍ରତିଯୋଗିତା ଆଦିରେ ଶିଶୁ ମାନେ ଆଗ୍ରହର ସହ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ପିକକର ସଂଯୋଜକ ସତ୍ୟନାରାୟଣ ମହାନ୍ତ, ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସଂଯୋଜକ ଦ୍ରୌପଦୀ ବେଜ ଓ ରେବତୀ ମହାନ୍ତଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ସମ୍ପନ୍ନ କରାଯାଇଛି। କାର୍ଯ୍ୟକ୍ରମରେ ସଚେତନ ନାଗରିକ ମାନେ ଉପସ୍ଥିତ ରହି ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ। ଶିଶୁ ମାନଙ୍କ ମୌଳିକ ସମସ୍ୟା ଦୂର କରିବା ସହ ସେମାନଙ୍କ ପ୍ରତିଭା ବିକାଶରେ ଶିଶୁ ଅଧିକାର ସପ୍ତାହରେ ଏଭଳି ଉଦ୍ୟମ ସହାୟକ ହେବ ବୋଲି ପିକକର କାର୍ଯ୍ୟ ନିର୍ବାହୀ ନିର୍ଦେଶିକା ଅନୁରାଧା ମହାନ୍ତି ଓ ସମ୍ପାଦକ ରଞ୍ଜନ କୁମାର ମହାନ୍ତି ମତ ଦେଇଛନ୍ତି।

Comments are closed.