ପିଲାଙ୍କ ଭୋଜନ ସମୟରେ ସତର୍କତା

ଆଜିକାଲି ଅଧିକାଂଶ ପିଲାଙ୍କ ମୁଖ୍ୟ ଅଳି ହେଲା, କିଛି ସମୟ ପାଇଁ ସ୍ମାର୍ଟଫୋନ୍ ସେମାନଙ୍କ ହାତକୁ ଆସିବା। ୟୁ-ଟ୍ୟୁବ୍‌ରେ କାର୍ଟୁନ୍ ଦେଖିବା, ବିଭିନ୍ନ ପ୍ରକାରର ଗେମ୍ ଏଥିରେ ଖେଳିବା ହିଁ ପିଲାଙ୍କ ପ୍ରଧାନ କାମ। ମା’ମାନେ ମଧ୍ୟ ପିଲାଙ୍କୁ ଚୁପ୍ କରିବା ପାଇଁ ଫୋନ୍ ଦେଉଥିବାର ଦେଖାଯାଉଛି। ବିଶେଷଜ୍ଞଙ୍କ ମତରେ ଅଧିକାଂଶ ଅଭିଭାବକ ଭୋଜନ ସମୟରେ ପିଲାଙ୍କୁ ସ୍ମାର୍ଟଫୋନ୍ ଦେଉଛନ୍ତି। ଏହା ସେମାନଙ୍କ ପିଲାଙ୍କ ସ୍ବାସ୍ଥ୍ୟ ପାଇଁ ଖୁବ୍ ହାନିକାରକ। ମା’ମାନଙ୍କର ଧାରଣା ଯେ ସ୍ମାର୍ଟଫୋନ୍ ଦେଖି ପିଲା ଆରାମରେ ଚୁପ୍ ହୋଇ ବସି ଖାଇଥାଏ। ଏପରି କରିବା ଦ୍ବାରା ପିଲା ଆବଶ୍ୟକ ପରିମାଣରେ ଖାଇନଥାଏ। ଏପରିକି ଭୋଜନ ସମୟରେ ଫୋନ୍‌‌ର ରଶ୍ମି ଶରୀରକୁ ଅଧିକ ହାନି ପହଞ୍ଚାଇଥାଏ। ଏବେ ମା’ ମାନେ ଚିନ୍ତା କରନ୍ତୁ ପିଲାଙ୍କୁ କିପରି ଭାବେ ଭୋଜନ କରାଇବେ? ଭଲ ଗପ ଶୁଣାଇ କିମ୍ବା ଅନ୍ୟ କୌଣସି କଥା ଆଳରେ ପିଲାକୁ ଖୁଆଇବାକୁ ଚେଷ୍ଟା କରନ୍ତୁ।

Comments are closed.