ଜାଣନ୍ତୁ ,ଥଣ୍ଡା ପାଗରେ କିପରି ନେବେ ପିଲାଙ୍କ ଯତ୍ନ

0

ସାଧାରଣତଃ ଥଣ୍ଡା ପାଗ ହେଲେ ପିଲା ମାନଙ୍କ ହେହ ଅଧିକ ଅସୁସ୍ଥ ହୋଇଥାଏ। ଏହାର ବହୁ କାରଣ ରହିଛି।ଆସନ୍ତୁ ସେ ବିଷୟରେ ଜାଣିବା।
ଚିନି – ଥଣ୍ଡା ପାଗରେ ସାଧାରଣ ଭାବେ ପିଲାମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ। ଅଥିକ ପରିମାଣରେ ମିଠା ଖାଦ୍ୟ ଖାଇବା ଏହାର ଏକ ମୁଖ୍ୟ କାରଣ ଅଟେ। ପ୍ରାୟ ସମସ୍ତ ଖାଦ୍ୟରେ ମିଠା ଅଂଶ ଥାଏ। ତେଣୁ ପିଲା ମାନଙ୍କୁ ଏପରି ଖାଦ୍ୟ ମଧ୍ୟ ଦେବା ଉଚିତ, ଯେଉଁଥିରେ ମିଠା ଅଂଶ ନଥିବ।
ବ୍ୟାୟାମ – ନିୟମିତ ବ୍ୟାୟାମ କରିବା ଦ୍ୱାରା ଶରୀର ସୁସ୍ଥ ରଖିଥାଏ। ତେଣୁ ଅଳ୍ପ ସମୟ ମଧ୍ୟ ହେଉ ପିଲା ମାନଙ୍କୁ ଖେଳିବା ପାଇଁ ଛାଡ଼ିବା ଉଚିତ। କାରଣ ଖେଳିବା ମଧ୍ୟ ଏକ ପ୍ରକାର ବ୍ୟାୟାମ ଅଟେ।
କ୍ଷୀର ଓ ଫଳ – କିଛି ପରିମାଣରେ ଫଳ ଓ କ୍ଷୀରରେ ହଳଦୀ ପକାଇ ପିଲାଙ୍କୁ ପିଇବାକୁ ଦେଲେ ରୋଗ ପ୍ରତିଷେଧକ ଶକ୍ତି ବଢିଥାଏ।
ଭିଟାମିନ ଡ଼ି – ପିଲାମାନଙ୍କୁ ଭିଟାମିନ.ଡ଼ି ଥିବା ଖାଦ୍ୟ ଦେବା ଉଚିତ। ଏହା ଦ୍ୱାରା ସେମାନଙ୍କ ଶରୀର ସୁସ୍ଥ ରହିଥାଏ।


ନିଦ – ଠିକ୍‍ ସମୟ ସହ ପିଲା ମାନେ ଯଥେଷ୍ଟ ସମୟ ମଧ୍ୟ ଶୋଇବା ଆବଶ୍ୟକ ଅଟେ।
ଶରୀରରେ ଥଣ୍ଡା ଥିବା ସମୟରେ ପିଲାଙ୍କୁ ଅଧିକ ଭାତ ଓ ରୁଟି ଖାଇବାକୁ ଦେବା ମଧ୍ୟ ଉଚିତ ନୁହେଁ। କାରଣ ଏହି ସବୁ ଖାଦ୍ୟ ହଜମ ହେବାକୁ ଅଧିକ ସମୟ ଲାଗେ।
ପିଲା ମାନଙ୍କୁ ଥଣ୍ଡା ପାଗରେ ଅତି ପତଳା ପୋଷାକ ପିନ୍ଧାଇବା ମଧ୍ୟ ଉଚିତ ନୁହେଁ।

Leave A Reply