ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ପାଇଁ ବୌଦ୍ଧ ଜିଲ୍ଲାରୁ ଓମ୍ ଓ ଅମରେଶ ମନୋନୀତ

ବୌଦ୍ଧ : ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ପାଇଁ ଚଳିତ ବର୍ଷ ବୌଦ୍ଧଜିଲ୍ଲାର କଣ୍ଟାମାଳ ବ୍ଲକର ଛାତ୍ର ଓମ୍ ଓ ଅମରେଶଙ୍କ ମିଳିତ ପ୍ରକଳ୍ପଟି ଜାତୀୟ ସ୍ତରକୁ ମନୋନୀତ ହୋଇଛି । ଭୁବନେଶ୍ୱରର ଶ୍ରୀ କ୍ରିଷ୍ଣା ଇଣ୍ଟରନେସନାଲ ସ୍କୁଲରେ ୨୯ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ୨୦୨୧ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ୧୩୫ଟି ପ୍ରକଳ୍ପ ଭାଗନେଇ ଥିଲେ । ସେଥିମଧ୍ୟରୁ ୨୬ଟି ପ୍ରକଳ୍ପ ଜାତୀୟ ସ୍ତରକୁ ମନୋନୀତ ହୋଇଥିଲା । ଏହି ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ବୌଦ୍ଧ ଜିଲ୍ଲାରୁ ୫ଟି ପ୍ରକଳ୍ପ ଭାଗନେଇଥିବା ବେଳେ ସେଥିମଧ୍ୟରୁ ଜିଲ୍ଲାର କଣ୍ଟାମାଳ ବ୍ଲକ ଅନ୍ତର୍ଗତ ପଲସାଗୋରା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକଙ୍କ ତତ୍ୱାବଧାନରେ ଉକ୍ତ ବିଦ୍ୟାଳୟର ଛାତ୍ର ଅମରେଶ ସାହୁ ଓ କଣ୍ଟାମାଳ ସ୍ଥିତ ଆଦର୍ଶ ବିଦ୍ୟାଳୟର ଛାତ୍ର ଓମ ଶିବମ୍ ମିଶ୍ରଙ୍କ ମିଳିତରେ ନିର୍ମିତ ଗବେଷଣାତ୍ମକ ପ୍ରକଳ୍ପ “ଇଫେକ୍ଟିଭ ୱେ ଅଫ୍ ଫେଷ୍ଟିଭାଲ ୱେଷ୍ଟ ଡିସପୋଜାଲ” ଟି ଜାତୀୟ ସ୍ତରରେ ପ୍ରଦର୍ଶନ ପାଇଁ ମନୋନୀତ ହୋଇଛି। ଏହା ଡିସେମ୍ବର ଶେଷ ସପ୍ତାହରେ ଜାତୀୟ ପ୍ରଦର୍ଶନୀରେ ପ୍ରଦର୍ଶିତ ହେବ । ଉଭୟ ଶିଶୁ ବୌଦ୍ଧ ଶିକ୍ଷା ବିଭାଗର ଗୌରବ ବୃଦ୍ଧି କରିପାରିଥିବାରୁ ତାଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ଡଃ ଉଦୟନାଥ ମାଝୀ ଶୁଭେଛା ଜଣାଇଛନ୍ତି । ଏଥିସହ ବିଭିନ୍ନ ମହଲରୁ ମଧ୍ୟ ଏହି ଦୁଇ କୁନି ବୈଜ୍ଞାନିକଙ୍କୁ ତାଙ୍କର କୃତକାର୍ଯ୍ୟ ପାଇଁ ଶୁଭେଛା ଜଣାଇଛନ୍ତି।

Comments are closed.