ସ୍ମାର୍ଟଫୋନ୍ ପ୍ରତି ପିଲାଙ୍କ ଆସକ୍ତି

ଏକବିଂଶ ଶତାବ୍ଦୀର ଅନ୍ୟ ନାମ ‘ସ୍ମାର୍ଟଫୋନ୍ ଯୁଗ’ ବୋଲି ଅନେକ ମତ ଦେଉଛନ୍ତି। ବର୍ତ୍ତମାନ ସମୟରେ କାଁଭାଁ କେତୋଟି ଲୋକଙ୍କ ହାତରେ ସ୍ମାର୍ଟଫୋନ୍ ନ ଥିବାର ଦେଖାଯାଉଛି। ‘ଫିଚର୍ ଫୋନ୍’ର ବ୍ୟବହାର ବୟସ୍କ ପିଢ଼ି ଅତିବେଶୀରେ ୬% କରୁଥିବାର ଏକ ସର୍ବେକ୍ଷଣରୁ ପ୍ରକାଶ। ଅନ୍ୟ ଏକ ରୋଚକ ତଥ୍ୟ ହେଉଛି, ବାପା-ମା’ଙ୍କ ତୁଳନାରେ ଏବେ ପିଲାମାନେ ସ୍ମାର୍ଟଫୋନ୍‌‌ରେ ଟାଇପିଂ କରିବାରେ କ୍ଷିପ୍ର। ଫିନ୍‌ଲ୍ୟାଣ୍ଡର ଅଲଟୋ ବିଶ୍ବବିଦ୍ୟାଳୟ, କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟ ଓ ଜ୍ୟୁରିକ୍‌‌ର ବିଶେଷଜ୍ଞ ଦଳ ଏଇ କିଛି ମାସ ତଳେ ୩୭ହଜାର ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କୁ ସାମିଲ କରି ଗବେଷଣା କରିଥିଲେ। କମ୍ପ୍ୟୁଟର କି-ବୋର୍ଡରେ ପିଲାମାନେ ଯେଉଁ ଭଳି ବେଗରେ ଟାଇପିଂ କରୁଛନ୍ତି, ଠିକ୍ ସେହିପରି ସ୍ମାର୍ଟଫୋନ୍‌‌ରେ ମଧ୍ୟ ଟାଇପିଂ କରୁଥିବାର ଦେଖାଯାଇଥିଲା। ଏହି ପିଲାମାନଙ୍କ ବୟସ ୯-୧୪ ବର୍ଷ ବୟସ ମଧ୍ୟରେ ଥିଲା। ଗବେଷକ ମୁଖ୍ୟ କହିଛନ୍ତି, ପିଲାମାନେ ଗୋଟିଏ ମିନିଟ୍‌ରେ ୩୮ଟି ଶବ୍ଦ ଟାଇପିଂ କରିପାରୁଛନ୍ତି। ସାଙ୍ଗସାଥିଙ୍କ ସହ ଚ୍ୟାଟିଂ କରିବାରେ ସେମାନଙ୍କର ଯେଉଁ ଆଗ୍ରହ, ପାଠ ପଢ଼ିବାରେ ସେଭଳି ରୁଚିନାହିଁ । ପିଲାଙ୍କର ଏହି ସ୍ମାର୍ଟଫେଶନ ଆସକ୍ତି ପ୍ରତି ଅଭିଭାବକ ଏବେଠାରୁ କଡ଼ା ନ ହେଲେ ଆଗାମୀ ଦିନରେ ପରିସ୍ଥିତି ଅଣାୟତ୍ତ ହୋଇପାରେ ବୋଲି ଗବେଷକଙ୍କ ମତ।

Comments are closed.