ଭାଷା ସାହିତ୍ୟ ପଠନ ଓ ବିଦ୍ୟାଳୟ ସ୍ତରୀୟ ଶିଶୁ ଲେଖକ କର୍ମଶାଳା

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଶତ୍ରୁଷୋଲ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଲେଖକ କର୍ମ ଶାଳା ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥି ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ ମୁଖ୍ୟ ଅତିଥି,ଭାବେ ଯୋଗଦେଇଥିଲେ। ଜିଲ୍ଲା ଶିକ୍ଷା ଓ ଶିକ୍ଷଣ ପ୍ରତିଷ୍ଠାନ ଖଲିକୋଟର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଡ. ଭୁବନେଶ୍ୱରୀ ମିଶ୍ର, ମୁଖ୍ୟ ବକ୍ତା ଓ ଗଞ୍ଜାମ ବ୍ଲକ୍ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ ଚନ୍ଦ୍ର ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ, ଡିଆଇଇଟି ଖଲିକୋଟର ଶିକ୍ଷକ ପ୍ରଶିକ୍ଷିକା ପ୍ରଜ୍ଞା ପାରମିତା,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଂଜିତ କୁମାର ପଲାଇ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧକ୍ଷ ପ୍ରମୋଦ କୁମାର ଓଝା, ସୁବଳୟା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶ୍ରୀକାନ୍ତ ଗୌଡ଼, ସିଆରସିସି ବୃନ୍ଦ ନରସିଂହ ବେହେରା, ରବୀନ୍ଦ୍ର କୁମାର ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
କବିତା, ଗଳ୍ପ ଓ ପ୍ରବନ୍ଧ ପଠନ କାର୍ଯ୍ୟକ୍ରମରେ ପ୍ରତିଥି ପ୍ରୀତିଲଗ୍ନା ପଲାଇ, ଅନନ୍ୟା ପଲାଇ, ଅନିଶା ପଲାଇ, ଚିନ୍ମୟୀ ଜେନା, ଅନୁଭବ ପଲାଇ, ଶ୍ରୀୟା ପଲାଇ, ଜଗମୋହନ ପଲାଇ, ବର୍ଷାରାଣୀ ନାୟକ, ଚନ୍ଦନ ଦାସ, ବର୍ଷା ଦାସ, ତ୍ରିଶା ପଲାଇ, ସାନୁ ପଲାଇ, ସନିଆ ପଲାଇ, ଅଞ୍ଜନ ଜେନା, ସୁଇଟି ଦାସ ପ୍ରମୁଖ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ନିଜ ଦକ୍ଷତାର ପରିଚୟ ଦେଇଥିଲେ ।
ଭାଷା ଓ ସାହିତ୍ୟ ମାଧ୍ୟମରେ ପିଲାଙ୍କ ଭିତରେ ବିଭିନ୍ନ ଦକ୍ଷତା ବୃଦ୍ଧିର ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଆରତତ୍ରାଣ ପଲାଇ ଓ ସହଯୋଗୀ ଶିକ୍ଷକ ସୁବାସ ଚନ୍ଦ୍ର ସାହୁ, ଶିକ୍ଷୟତ୍ରୀ ସିପ୍ରା ସରସ୍ବତୀ ପରିଡା ପରିଚାଳନା କରିଥିଲେ। ପିଲାମାନଙ୍କୁ ଅତିଥିଙ୍କ ଦ୍ଵାରା ପ୍ରଶଂସା ପତ୍ର ଓ ପୁସ୍ତକ ପ୍ରଦାନ କରାଯିବା ସହ ଡ. ଭୁବନେଶ୍ୱରୀ ମିଶ୍ର ଓ ପ୍ରଜ୍ଞା ପାରମିତାଙ୍କୁ ଆଞ୍ଚଳିକ ପ୍ରତିଭା ରୂପେ ସମ୍ମାନୀତ କରାଯାଇଥିଲା। ଶେଷରେ ଗାଁ ଗ୍ରାମ୍ୟ କମିଟି ସଭାପତି ଆରତତ୍ରାଣ ପଲାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

Comments are closed.