ଅଭିଭାବକଙ୍କ ଦାୟିତ୍ଵହୀନତା ; ବନ୍ଦ ଘରୁ ଓ କାରରୁ ଶିଶୁପୁତ୍ର ଉଦ୍ଧାର

ଭୁବନେଶ୍ବର : କୋମଳମତି ଶିଶୁକୁ ଏକାକୀ ଛାଡି କେଉଁଠି ଅଭିଭାବକ କାମକୁ ଯାଉଛନ୍ତି ତ ଅନ୍ୟ କେଉଁଠି ମଉଜ କରୁଛନ୍ତି । ଏଭଳି ଦୁଇଟି ଘଟଣା ଗୁରୁବାର ରାଜ୍ୟ ତଥା ରାଜ୍ୟ ବାହାରେ ଚହଳ ସୃଷ୍ଟି କରିଛି । ପଶ୍ଚିମବଙ୍ଗର ଦୀଘା ସମୁଦ୍ରକୂଳରେ ୫ବର୍ଷର ପୁଅକୁ କାର ଭିତରେ ଲକ୍‌ କରି ଏକ ଦମ୍ପତି ସମୁଦ୍ରସ୍ନାନର ମଜା ନେଉଥିବା ବେଳେ କାର୍‌ ଭିତରେ ବନ୍ଦୀ ପୁଅ ଶ୍ଵାସରୁଦ୍ଧ ହୋଇ ଚିତ୍କାର କରିଥିଲା। କାନ୍ଦଣା ଶୁଣି ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଗାଡ଼ି କାଚ ଭାଙ୍ଗି ଶିଶୁଟିକୁ ଉଦ୍ଧାର କରିଥିଲା । ଏହି ଘଟଣା ପରେ ମା’ ବାପାଙ୍କ ଦାୟିତ୍ଵହୀନତାକୁ ସାଧାରଣରେ ନିନ୍ଦା କରାଯାଇଥିଲା । ସେହିପରି ଅନୁରୂପ ଘଟଣା କଟକ ବିଡ଼ାନାସୀରେ ଘଟିଛି । ଏକ ବନ୍ଦ କଠୋରୀ ମଧ୍ୟରୁ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଶିଶୁଟିର ମା’ ପ୍ରତିଦିନ ତାକୁ ଏକ ଘରେ ତାଲ ପକାଇ କାମକୁ ଯାଆନ୍ତି । ଆଜି ଶିଶୁଟିର କାନ୍ଦଣା ଶବ୍ଦ ଶୁଭୁବାରୁ ସ୍ଥାନୀୟ ଲୋକେ ଚାଲଲ୍ଡ ଲାଇନକୁ ଖବର ଦେଇଥିଲେ । ଚାଲଲ୍ଡ ଲାଇନ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପହଞ୍ଚି କବାଟ ଭାଙ୍ଗି ଶିଶୁଟିକୁ ଘରୁ ଉଦ୍ଧାର କରିଥିଲେ । ଉଦ୍ଧାର କରିବା ପରେ ଶିଶୁଟିକୁ ସିଡ଼ବ୍ଲୁସିକୁ ହସ୍ତାନ୍ତର କରାଯାଇଥିଲା ଏବଂ ପରେ ବସୁନ୍ଧରା ପଠାଯାଇଛି । ଶିଶୁଟି ଭୟଭୀତ ହୋଇ ପଡିଥିବା ଜଣାପଡିଛି ।

Comments are closed.