ନାବାଳିକାକୁ ଗଣବଳାତ୍କାର ଅଭିଯୋଗ, ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତାରୋକ

0

ଅନୁଗୁଳ : ବାପାଙ୍କୁ ଖାଇବାକୁ ଦେବା ଲାଗି ଯାଇଥିବା ନାବାଳିକାକୁ ଗଣବଳାତ୍କାର ପରେ ହତ୍ୟା କରାଯାଇ ଥିବା ଅଭିଯୋଗ ହୋଇଛି । ଅନୁଗୁଳ ସଦର ଥାନା ଅଞ୍ଚଳର ଜଣେ ନାବାଳିକାକୁ କିଛି ଯୁବକ ଅପହରଣ କରି ଗଣବଳାତ୍କାର କରିବା ପରେ ହତ୍ୟା କରି ଫେରାର ହୋଇ ଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ନାବାଳିକାର ମୃତଦେହ ଉଦ୍ଧାର କରିଛି। କାଙ୍ଗୁଲାର ଦକ୍ଷିଣକାଳୀ ମନ୍ଦିର ପଛପଟୁ ନାବାଳିକାର କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ନାବାଳିକାକୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସେପଟେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ସଂପର୍କର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ କହିଛି । ଅନ୍ୟପଟରେ ଅଭିଯୁକ୍ତକୁ ଗିରଫ ଦାବିରେ ଗ୍ରାମବାସୀ ଅନୁଗୁଳ ଓ ଆଠଗଡ଼ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ।

Leave A Reply