ଅର୍ଥ ସାଜିଛି ବାଧକ, ଜୀବନ ମରଣ ସହ ଲଢୁଛି ୨ ବର୍ଷର ଶିଶୁ 

ଫୁଲବାଣୀ/ଜି.ଉଦୟଗିରି: ମାତ୍ର ୨ ବର୍ଷ ବୟସର ଶିଶୁର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଫଳରେ ଜୀବନ ମରଣ ସହିତ ଏବେ ଲଢୁଛି ଶିଶୁ ଓ ପରିବାର ବର୍ଗ। ଏଭଳି ଏକ ଦୃଶ୍ୟ ଦେଖାଯାଇଛି କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଳକର ତଲାରିମାହା ଗ୍ରାମ ପଂଚାୟତ ଅନ୍ତର୍ଗତ ଗଟାମାହା ଗ୍ରାମରୋ
ଖବର ପ୍ରକାରେ, ଉକ୍ତ ଗ୍ରାମର ମହାଜନ ଚନ୍ଦନଙ୍କ ପୁଅ ରିଶି ଚନ୍ଦନ(୨ବର୍ଷ) ଜନ୍ମ ସମୟରୁ ସେ ମାନସିକ ବିକୃତ ସହ ଶରୀରର ପ୍ରାୟ ଭାଗ ପତଳା ହୋଇଥିବା ଯୋଗୁଁ ଉକ୍ତ କୋମଳ ଶିଶୁଟି ବର୍ତ୍ତମାନ ଚାଲିପାରୁନାହିଁ। ଦିନମଜୁରି କରି ପରିବାର ପୋଷଣ କରୁଥିବା ମହାଜନଙ୍କ ପାଇଁ ନିଜ ୨ ବର୍ଷର ପୁଅର ଚିକିତ୍ସା କରିବା ଅସମ୍ଭବ ହୋଇ ପଡିଛି। ଏପରିକି ଅଶିକ୍ଷିତ ଯୋଗୁଁ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ଥିଲେ ମଧ୍ୟ ଉକ୍ତ ପରିବାର ଆଜି ପର୍ଯ୍ୟନ୍ତ କିଛି ବିଷୟରେ ମଧ୍ୟ ଜାଣିପାରିନାହାନ୍ତି। ଏଭଳି ସ୍ଥଳେ ବର୍ତ୍ତମାନ ଶିଶୁଟି ଜୀବନ ମରଣ ସହିତ ସଂର୍ଘର୍ଷ କରୁଛି। ଛୋଟ ପିଲାର ଏଭଳି ଅବସ୍ଥା ଦେଖି ପରିବାର ଆଖିରେ ସବୁବେଳେ ଲୁହ। କନ୍ଧମାଳ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ଉକ୍ତ ଶିଶୁର ସମସ୍ତ ପ୍ରକାର ଚିକିତ୍ସା କରାଇ ଜୀବନ ବଂଚାଇବାକୁ ପରିବାର ସରକାରଙ୍କ ନିକଟରେ ଗୁହାରି କରିଛନ୍ତି।

Comments are closed.