ବାଲ୍ୟ ବିବାହ ଉଦ୍ୟମ ପଣ୍ଡ ; ବର ଗିରଫ

0

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଉଦଳା ଅନ୍ତର୍ଗତ ରାଢୋ ଗାଁରେ ହେଉଥିବା ବାଲ୍ୟ ବିବାହକୁ ରୋକିବାରେ ପୁଲିସ ସଫଳ ହୋଇଛି । ଏହା ସହ ବିବାହ ପାଇଁ ଉତ୍ତର ପ୍ରଦେଶରୁ ଆସିଥିବା ବରକୁ ପୁଲିସ ଅଟକ ରଖିଛି । ସୂଚନାଯୋଗ୍ୟ, ବାପା ମା’ ଆରପାରିକୁ ଚାଲିଯିବା ନାବାଳିକା ଜଣଙ୍କ ତାଙ୍କ ମାମୁଁ ଘରେ ରହୁଥିଲେ । ପିଲାଟିର ବୋଝ ନିଜ ମୁଣ୍ଡରୁ ହଟାଇବା ପାଇଁ ମାମୁଁ କୌଣସି ଉପାୟରେ ନାବାଳିକାଙ୍କ ବିବାହ କରି ଦେବାକୁ ଚାହୁଁଥିଲେ । ତେଣୁ ଉତ୍ତର ପ୍ରଦେଶର ପ୍ରମୋଦ କୁମାର ସିଂହଙ୍କ ସହିତ ନାବାଳିକାଙ୍କ ବିବାହ ସ୍ଥିର କରିଥିଲେ । ରବିବାର ସେମାନଙ୍କ ବିବାହ ଚାଲୁଥିବା ବେଳେ ପୁଲିସ ଖବର ପାଇ ଘଟଣାସ୍ଥଳରେ ବାଲ୍ୟ ବିବାହ ଉଦ୍ୟମକୁ ପଣ୍ଡ କରିଥିଲା । ଏନେଇ ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରିବା ସହ ବାଲ୍ୟ ବିବାହ ଦଣ୍ଡନୀୟ ଅପରାଧ ବୋଲି ନାବାଳିକାଙ୍କ ମାମୁଁଙ୍କୁ ସଚେତନ କରାଇଛି ।

Leave A Reply