ଚାଇଲ୍ଡ ଲାଇନ ତରଫରୁ ଅନଲାଇନ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପାତ୍ରୀ ପଞ୍ଚାୟତ ରାଣିଷୋଲା ଗ୍ରାମରେ ମଙ୍ଗଳବାର ହେଲ୍ପ ଏ ଚାଇଲ୍ଡ ତରଫରୁ ଅନଲାଇନ ଶିକ୍ଷା କାର୍ୟ୍ୟକ୍ରମ ଆରମ୍ଭ ହୋଇଛି । କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତରା, ଡ଼ିସିପିଓ ସୁରେଶ ପଟନାୟକ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉତ୍ସାହ ବଢାଇବା ସହ ଅନଲାଇନ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବା ଲାଗି ପରମର୍ଶ ଦେଇଥିଲେ । ବର୍ତମାନ କୋରୋନା ଯୋଗୁଁ ଲୋକଙ୍କ ଜୀବନ ଜୀବିକା ଠପ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ସ୍କୁଲ ଯିବା ବନ୍ଦ ରହିଥିବାରୁ ପାଠପଢାରେ ଏକ ପ୍ରକାର ଡୋରି ଲାଗି ଯାଇଛି । ତେଣୁ ହେଲ୍ପ ଏ ଚାଇଲ୍ଡ ତରଫରୁ ଅନଲାଇନ ଶିକ୍ଷା ଛାତ୍ରଛାତ୍ରୀଙ୍କ ପାଠପଢାରେ ସହାୟକ ହେବ। କାର୍ୟ୍ୟକ୍ରମରେ କିଶୋର ବାବୁ, ଅଜିତ କୁମାର ମନବୋଧ, ଗଜପତି ଲିମା, ଉଚିତ କୁମାର ସିଂ ପ୍ରମୁଖ ହେଲ୍ପ ଏ ଚାଇଲ୍ଡର ସଦସ୍ୟମାନେ ଉପସ୍ଥିତ ଥିଲେ। ଅଗାମି ଦିନରେ ସଂସ୍ଥା ନବରଙ୍ଗପୁର ଓ ପାପଡାହାଣ୍ଡି ବ୍ଲକର ୧୨ ଗୋଟି ଗ୍ରାମରେ ଅନଲାଇନ ଶିକ୍ଷା ଦେବ । ପାଖା ପାଖି ୮୦୦ ଛାତ୍ରଛାତ୍ରୀ ଏହାର ଲାଭ ଉଠାଇବେ।

Comments are closed.