ବୌଦ୍ଧରେ ଚାଇଲ୍ଡ ଲାଇନ(୧୦୯୮) ସେବାର ଶୁଭାରମ୍ଭ

ବୌଦ୍ଧ  : ବୌଦ୍ଧରେ ଚାଇଲ୍ଡ ଲାଇନ(୧୦୯୮) ସେବାର ଶୁଭାରମ୍ଭ ହୋଇଛି। ବୌଦ୍ଧ ଖଲିଆବଗିଚା ସ୍ଥିତ ଜିଲାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ୱାଇସିଡିଏର କାର୍ଯ୍ୟାଳୟ ଅଭ୍ୟର୍ଥନାଗୃହ ଠାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ବିଧାୟକ ପ୍ରଦିପ କୁମାର ଅମାତ ଯୋଗଦେଇ ବୌଦ୍ଧରେ ଏହି ସେବା କାର୍ଯ୍ୟକାରୀ ହେବାଦ୍ୱାରା ବିଭିନ୍ନ କ୍ଷେତ୍ରରେ ଶୋଷଣର ଶୀକାର ହେଉଥିବା ଶିଶୁମାନଙ୍କୁ ଠିକ ସମୟରେ ଉଦ୍ଧାର କରାଯାଇପାରିବ ବୋଲି ପ୍ରକାଶ କରିଥିଲେ।

ଚାଇଲ୍ଡ ଲାଇନ ସେବା ସଂପର୍କରେ ୱାଇସିଡିଏ ସଂପାଦକ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର ମେହେର କହିଥିଲେଯେ, ଜିଲାପ୍ରଶାସନ,ପୋଲିସ,ଶିଶୁ ମଙ୍ଗଳ ସମିତି,ଶିଶୁ ସୂରକ୍ଷା କମିଟି ଓ ୱାଇସିଡିଏର ମିଳିତ ସହଯୋଗରେ ଶିଶୁମାନଙ୍କୁ ପ୍ରତିକୂଳ ପରିସ୍ଥିତିରୁ ଉଦ୍ଧାର କରି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ଏକ ବିକଶିତ ଏବଂ ସମ୍ମାନଯୁକ୍ତ ଜୀବନ ଯାପନ କରିବା ଦଗରେ ପ୍ରୟାସ କରିବା। ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଜିଲାର ସମସ୍ତ ବିଦ୍ୟାଳୟ କାନ୍ଥରେ ତୁରନ୍ତ ଚାଇଲ୍ଡ ଲାଇନ ସେବା ନମ୍ବର (୧୦୯୮)ଲେଖାଯିବାକୁ ପରାମର୍ଶ ଦେଇଥିଲେ। ଉତ୍ସବରେ ଅନ୍ୟତମ ଅତିଥି ଭାବରେ ଜିଲା ଆରକ୍ଷୀ ଅଧିକ୍ଷକ ଭି. ରଘନାଥ ରାଓ, ଜିଲା ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ସାକ୍ଷୀଗୋପାଳ ପ୍ରଧାନ,ଜିଲା ଶିଶୁ ସୂରକ୍ଷା ଅଧିକାରୀ ରାହୁଳ କୁମାର ପ୍ରଧାନ,ଚାଇଲ୍ଡ ଲାଇନ ସଂଯୋଜକ ଅର୍କ ଲାହା ଯୋଗଦେଇଥିଲେ। ସମସ୍ତ ଅତିଥି ୱାଇସିଡିଏ ଦ୍ୱାରା କରାଯାଉଥିବା ଏହି ମହତ ପୟାସକୁ ଭୂୟସୀ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମ କିପରି ଜିଲାରେ ସଫଳ ରୂପାୟନ ହୋଇପାରିବ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ରକ୍ରମକୁ ପ୍ରୋଗ୍ରାମ ମେନେଜର ସୁରେଶ କୁମାର ପ୍ରଧାନ ସଂଯୋଜନା କରିବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ।

Comments are closed.