ପେଜ କଡେଇରେ ପଡି ଶିଶୁ କନ୍ୟା ଗୁରୁତର

କେଶଦୁରାପାଳ : ପେଜ କଡେଇରେ ପଡି ଜଣେ ଶିଶୁ କନ୍ୟା ଗୁରୁତର ହୋଇଥିବା ଜଣାପଡ଼ିଛି ।ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୁଚନାରୁ ପ୍ରକାଶ, ଆନନ୍ଦପୁର ଥାନା ବଞ୍ଚୋ ଗାଁର ଚିତରଞ୍ଜନ ବରାଳଙ୍କ ପତ୍ନୀ ଭାତ ରାନ୍ଧିବା ପରେ ଗରମ ପେଜକୁ ଡେକ୍‌ଚିରେ ରଖିଥିଲେ। ଏହି ସମୟରେ ଝିଅ ଖେଳୁ ଖେଳୁ ହଠାତ୍ ଗରମ ପେଜରେ ପଡିଯାଇଥିଲେ ।  ଦେଢ ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

Comments are closed.