ଘରେ ଶୋଇଥିବାବେଳେ ଲାଗିଗଲା ନିଆଁ; ଝିଅ ମୃତ, ମା’ ଓ ୨ ଶିଶୁ ଗୁରୁତର

ଫୁଲବାଣୀ: ରାତିରେ ଘରେ ଶୋଇଥିବାବେଳେ ନିଆଁ ଲାଗି ଝିଅର ମୃତ୍ୟୁ ଘଟିବା ସହ ମା’ ଓ ଦୁଇ ଶିଶୁ ଗୁରୁତର ଆହତ ହୋଇଛନ୍ତି। କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗୁରୁପଡ଼ା ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ଏପରି ଦୁଃଖଦ ଘଟଣା ଘଟିଛି। ଗାଁରେ ଜଣେ ମହିଳା ଏବଂ ତାଙ୍କ ୩ ସନ୍ତାନ ଶୋଇଥିବାବେଳେ ନିଆଁ ଲାଗିଯାଇଥିଲା। ୧୩ ଏବଂ ୧୫ ବର୍ଷର ୨ ଝିଅ ଓ ୬ ବର୍ଷର ପୁଅ ସହିତ ମା’ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗୋଟିଏ ଝିଅର ମୃତ୍ୟୁ ଘଟିଥିବାବେଳେ ମା ଏବଂ ଅନ୍ୟ ୨ ସନ୍ତାନଙ୍କ ଚିକିତ୍ସା ଚାଲିଛି। ଶର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Comments
Loading...