କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ପକ୍ଷରୁ ଶିଶୁ ଯତ୍ନ କେନ୍ଦ୍ରର ଶୁଭାରମ୍ଭ

୫ଟି ପଞ୍ଚାୟତର ୮ଟି ଗାଁରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ

-୭ମାସରୁ୩ବର୍ଷ ପିଲା ରହିବେ ଶିଶୁ ଯତ୍ନ କେନ୍ଦ୍ରରେ,-ଗର୍ଭବତୀ ଓ ପ୍ରସୁତି ମହିଳାଙ୍କୁ ଗରମ ରନ୍ଧାଖାଦ୍ୟ ପ୍ରଦାନ

ଲାଞ୍ଜିଗଡ଼ : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଶିଶୁ ବିକାଶ ବିଭାଗ ମାଧ୍ୟମରେ ଶିଶୁ, ଗର୍ଭବତୀ ଓ ପ୍ରସୁତି ମହିଳାଙ୍କ ପାଇଁ ଅନେକ ଯୋଜନା ପ୍ରସ୍ତୁତି କରି କାର୍ଯ୍ୟକାରୀ କରିଛନ୍ତି। ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ୩ବର୍ଷରୁ ୬ବର୍ଷର ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟମାନ ଓ ଗରମ ରନ୍ଧାଖାଦ୍ୟ ଦେଇ ପ୍ରାକଶିକ୍ଷା ପ୍ରଦାନ କରାଯାଉଥିବା ବେଳେ ଏବେ ଲାଞ୍ଜିଗଡ ବ୍ଲକରେ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ପକ୍ଷରୁ ୭ମାସରୁ ୩ବର୍ଷର ଶିଶୁ ମାନଙ୍କୁ ଶିଶୁ ଯତ୍ନ କେନ୍ଦ୍ରରେ ରଖି ପୁଷ୍ଟିକର ଖାଦ୍ୟ ଦେବା ସହ ପ୍ରତ୍ୟେକ କେନ୍ଦ୍ରରେ ସେମାନଙ୍କ ସେବା ସୁସୃସା ପାଇଁ ୨ଜଣ ଧାଇମା’ ମଧ୍ୟ ନିଯୁକ୍ତି କରାଯାଇଛି। ସେହିପରି ଏହି କେନ୍ଦ୍ର ମାନଙ୍କରେ ଗର୍ଭବତୀ ଓ ପ୍ରସୁତି ମହିଳା ମାନଙ୍କୁ ଗୋଟିଏ ଓଳି ଗରମ ରନ୍ଧାଖାଦ୍ୟ ଯୋଗଇଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଆଜି ଲାଞ୍ଜିଗଡ ପଞ୍ଚାୟତ ବାନିଗାଁ ଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ପିଡି ଡିଆରଡିଏ ଦୁର୍ଗା ପ୍ରସାଦ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମ ଦ୍ୱାରା ଅଞ୍ଚଳରୁ କୁପୋଷଣର ଶିକାର ହେଉଥିବା ଶିଶୁ ମାନେ ଉପକୃତ ହୋଇପାରିବେ ଓ ଗର୍ଭବତୀ ଓ ପ୍ରସୁତି ମହିଳା ମାନେ ପୃଷ୍ଟିକର ଖାଦ୍ୟ ଖାଇ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇପାରିବେ ଏଣୁ ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ ବୋଲି କହିଥିଲେ। ଆଜି ବାନିଗାଁ ଠାରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିବା ବେଳେ ଲାଞ୍ଜିଗଡ ବ୍ଲକର ୫ଗୋଟି ପଞ୍ଚାୟତର ୮ଟି ଗାଁ ବାନିଗାଁ,ଲେପଟାଗୁଡା,ସେମିଳିଭଟ୍ଟା, ଜଗନ୍ନାଥପୁର,କସାଂରୀ,ମସ୍କାପଦର,ଟୁରିଗୁଡା ଓ ଗୋଇପଟ୍ଟା ଗାଁର ୬୧ଜଣ ଗର୍ଭବତୀ ଓ ପ୍ରସୁତି ମହିଳା ଓ ୧୨୯ଜଣ ୭ମାସରୁ ୩ବର୍ଷର ଶିଶୁ ମାନେ ଏହି ସେବା ପାଇପାରିବେ।

ଏହି କାର୍ଯ୍ୟକ୍ରମକୁ ଅଞ୍ଚଳବାସି ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ପ୍ରଶସାଂ କରିଥିବା ବେଳେ ପ୍ରସୁତି ମାଁ ମାନେ ନିଜ ଛୁଆକୁ ଶିଶୁଯତ୍ନ କେନ୍ଦ୍ରର ଦାଇତ୍ୱରେ ଦେଇ ନିଜ କାମରେ ବାହାରକୁ ଯାଇ କାମଧାମ ସାରି କେନ୍ଦ୍ରକୁ ଆସି ନିଜେ ମଧ୍ୟ ପୃଷ୍ଟିକର ଖାଦ୍ୟ ଖାଇପାରିବେ। ଆଜି ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ସମସ୍ତ ପଦାଧିକାରୀ ନିଜ ହାତରେ ବାଡି ଶିଶୁ ,ଗର୍ଭବତି ଓ ପ୍ରସୁତି ମାଁ ମାନଙ୍କୁ ଖାଇବାକୁ ଦେଇଥିଲେ। ଆଗକୁ ପର୍ଯ୍ୟାୟ କ୍ରମେ ବ୍ଲକରେ ଥିବା ବିଭିନ୍ନ ଆଦିବାସି ଗାଁକୁ ଏଥିରେ ସାମିଲ କରାଯିବ ବୋଲି କୁଟିଆକନ୍ଧ ଉନ୍ନୟନ ସଂସ୍ଥାର ପ୍ରୋଜେକ୍ଟ ମ୍ୟାନେଜର ଲୋମ୍ବଧର ପ୍ରଧାନ ପ୍ରକାଶ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇଥିବା ବେଳେ ପିଏ ଆଇଟିଡିଏ ବିରଞ୍ଚି ନାରାୟଣ ଦରୱାନ,ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାଏ,ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ଅଶୋକ କୁମାର ମୁଣ୍ଡ, ଅଜିମ୍‍ ପ୍ରେମଜି ଫାଉଣ୍ଡେସନର ପ୍ରୋଗ୍ରାମ କୋଡିନେଟର ଜିଆ ଉଦ୍ଧିନ ଖାଁ, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇ.ଫକୀର ମୋହନ ମାଝୀ,ଲାଞ୍ଜିଗଡ ବ୍ଲକ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର,ଲାଞ୍ଜିଗଡ ପଞ୍ଚାୟତ ସରପଞ୍ଚ ସୁଶ୍ରୀ ମଣି ମାଝୀ,ଦାପ୍ତା ସଂସ୍ଥା ସମ୍ପାଦକ ରାଜୁ ଶର୍ମା, ଜନସାହାଯ୍ୟ ସଂସ୍ଥା ସମ୍ପାଦିକା ଶୀତା ଦେବୀ, ମୁକେଶ କୁମାର ବେହେରା, ଅଶୋକ ପଟ୍ଟନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଅପପୃଷ୍ଟିକୁ ରୋକିବା ପାଇଁ ଏହା ଏକ ଅଭିନବ ପ୍ରୟାସ ବୋଲି ମତପ୍ରକାଶ କରିଥିବା ବେଳେ ଆଜିର କାର୍ଯ୍ୟକ୍ରମ କେକେଡିଏ ପ୍ରୋଜେକ୍ଟ ମ୍ୟାନେଜର ଲମ୍ବୋଦର ପ୍ରଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। କେକେଡିଏର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

Comments are closed.