ପାକିସ୍ତାନରେ ଶିଶୁ ବଳାତ୍କାରୀଙ୍କୁ ସର୍ବସାଧାରଣରେ ଫାଶୀ

ଇସଲାମାବାଦ:  ଶିଶୁ ବଳାତ୍କାରୀକୁ ସର୍ବସାଧାରଣରେ ଫାଶୀ ଦିଆଯିବା ସଂକ୍ରାନ୍ତ ଏକ ବିଧେୟକ ଶୁକ୍ରବାର ପାକିସ୍ତାନ ସଂସଦ (ନ୍ୟାସନାଲ ଆସେମ୍ବଲି)ରେ ଗୃହୀତ ହୋଇଛି। ଏହି ସରକାରୀ ବିଧେୟକକୁ ସଂସଦରେ ସମସ୍ତ ସଦସ୍ୟଙ୍କ ସମର୍ଥନ ମିଳିଛି। ଦେଶର ମାନବାଧିକାର ମନ୍ତ୍ରୀ ଶିରୀନ ମଜାରି ଖୋଦ୍‌ ଏହି ଆଇନକୁ ସମର୍ଥନ ଜଣାଇଛନ୍ତି। ତେବେ ପାକିସ୍ତାନ ପିପୁଲ୍ସ ପାର୍ଟି ନେତା ତଥା ପୂର୍ବ ପ୍ରଧାନମନ୍ତ୍ରୀ ରାଜା ପରଭେଜ ଅଶରଫ ଏହି ଆଇନକୁ ବିରୋଧ କରିଛନ୍ତି। ଏହାଦ୍ବାରା ଜାତିସଂଘ ଆଇନ ଉଲ୍ଲଙ୍ଘନ ହେବା ସହ ଏପରି କଠୋର ଆଇନ ମଧ୍ୟଯୁଗୀୟ ପରମ୍ପରାକୁ ଦର୍ଶାଉଛି ବୋଲି କହିଛନ୍ତି। ଗତବର୍ଷ ପାକିସ୍ତାନରେ ୧,୩୦୪ ଶିଶୁଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ଇମ୍ରାନ ସରକାରଙ୍କୁ ସମାଲୋଚିତ ହେବାକୁ ପଡ଼ିଥିଲା।

Comments are closed.