୩୦୦ ଭାରତୀୟ ଶିଶୁ ବିକ୍ରି କରିଥିବା ଯୁବକ ଗିରଫ

0

ମୁମ୍ବାଇ: ଆମେରିକାର ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ପ୍ରାୟ ୩୦୦ ଭାରତୀୟ ଶିଶୁଙ୍କୁ ବିକ୍ରି କରିଥିବା ଜଣେ ଯୁବକକୁ ମୁମ୍ବାଇ ପୁଲିସ ଗିରଫ କରିଛି। ଶିଶୁ ଚାଲାଣ ର୍ୟାକେଟ୍‍ର କିଙ୍ଗପିନ୍‍ କୁହାଯାଉଥିବା ରାଜୁଭାଇ ଗମଲେୱାଲା ନାମକ ଏହି ଯୁବକ ଜଣକ ପ୍ରତି ଶିଶୁ ପିଛା ୪୫ ଲକ୍ଷ ଟଙ୍କା ନେଉଥିବା ଜଣାପଡ଼ିଛି। ରାଜୁଭାଇ ବିକ୍ରି କରିଥିବା ଶିଶୁଙ୍କ ଅବସ୍ଥା କଣ ରହିଛି ସେ ସମ୍ପର୍କରେ ସ୍ପଷ୍ଟ ହୋଇନାହିଁ।
ଗୁଜରାଟର ଜନୈକ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ମୁଖ୍ୟତଃ ଗରିବ ପରିବାରଗୁଡ଼ିକ ସେମାନଙ୍କ ଶିଶୁଙ୍କ ଲାଳନ ପାଳନ କରିପାରୁନଥିବାରୁ ବିକ୍ରି କରିଦେଉଛନ୍ତି। ୧୧ ରୁ ୧୬ ବର୍ଷ ବୟସର ଶିଶୁମାନଙ୍କୁ ବିକ୍ରି କରାଯାଉଛି। ଏଭଳି ପରିବାର ସମ୍ପର୍କରେ ସୂଚନା ପାଇବା ପରେ ରାଜୁଭାଇ ଆମେରିକାରେ ଥିବା ତାଙ୍କ କ୍ଲାଏଣ୍ଟ ସହିତ ଯୋଗାଯୋଗ କରନ୍ତି। ଏହାପରେ କମ୍‍ ମୂଲ୍ୟରେ ଶିଶୁମାନଙ୍କୁ କିଣି ଆମେରିକାରେ ଉଚ୍ଚ ମୂଲ୍ୟରେ ବିକ୍ରି କରନ୍ତି। ଆମେରିକା ପଠାଇବା ପାଇଁ ଏହି ର୍ୟାକେଟ୍‍ ଶିଶୁଙ୍କ ଜାଲ୍‍ ପାସ୍‍ପୋର୍ଟ ମଧ୍ୟ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ଶିଶୁଙ୍କୁ ମେକ୍‍ଅପ୍‍ କରି ତାଙ୍କ ଚେହେରାରେ ପରିବର୍ତ୍ତନ କରାଯାଉଥିବା ଜଣାପଡ଼ିଛି।

Leave A Reply