ନବରଙ୍ଗପୁରରେ ପୁଣି ଶିଶୁକୁ ଚେଙ୍କ

0

ନବରଙ୍ଗପୁର: ନବରଙ୍ଗପୁର ଜିଲା ନିଶନାହାଣ୍ଡି ଗ୍ରାମରେ  ପୁଣି ଏକ ଶିଶୁକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି।  ୧ ବର୍ଷ ୪ ମାସର ଏହି ଶିଶୁର ମୁଣ୍ଡ ଓ ବେକରେ ୧୫ଟି ଚେଙ୍କ ଦିଆଯାଇଥିବା ଦେଖିବାକୁ ମିଳିଛି।  ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ତାକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶିଶୁଟି ନିଶନାହାଣ୍ଡି ଗ୍ରାମର ଦାମୁ ମାଝିଙ୍କ ପୁଅ ବୋଲି ଜଣାପଡ଼ିଛି। ଶିଶୁଟି ଦୁର୍ବଳ ଥିଲା ଓ ଜ୍ୱର ହେଉଥିବା କାରଣରୁ ତାକୁ ଚେଙ୍କ ଦିଆଯାଇଥିବା କୁହାଯାଇଛି। ବର୍ତ୍ତମାନ ଶିଶୁଟିର ଅବସ୍ଥା ଗୁରୁତର ରହିଥିବାର ଜଣା ପଡିଛି।

Leave A Reply