ମା’ ହାତରୁ ଖସି ୬ ମାସ ଶିଶୁର ମୃତ୍ୟୁ

0

ମୁମ୍ବଇ  : ହାଇ ହିଲ୍‍ ଚପଲ ପିନ୍ଧିବା ମହିଳାଙ୍କ ପାଇଁ କାଳ ହୋଇଛି। ମା’ ହାଇ ହିଲ୍‍ ପିନ୍ଧିବା କାରଣରୁ ଜଣେ ୬ ମାସ ଶିଶୁର ମୃତ୍ୟୁ ହୋଇଛି। ମୁମ୍ବଇର କଲ୍ୟାଣ ଅଞ୍ଚଳରେ ଶନିବାର ଏପରି ଏକ ଅଘଟଣ ହୋଇଛି। ପୁଲିସର କହିବା ଅନୁଯାୟୀ ଫେମିଦା ଶେଖ ନାମକ ଜଣେ ମହିଳା ହାଇ ହିଲ୍‍ ପିନ୍ଧି ପାହାଚରେ ଓହ୍ଲାଉଥିବାବେଳେ ନିୟନ୍ତ୍ରଣ ହରାଇ ପଡିଯାଇଥିଲେ। ଫଳରେ ସେ ଧରିଥିବା ୬ମାସର ଶିଶୁ ସନ୍ତାନଟି ହାତରୁ ପଡିଯାଇ ପ୍ରାଣ ହରାଇଥିଲା। ଫେମିଦା ନିଜ ପରିବାର ସହିତ ମତୋଶ୍ରୀ ହଲ୍‍ରେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିଲେ। ଉତ୍ସବ ପରେ ଫେମିଦା ତାଙ୍କ ସନ୍ତାନଙ୍କୁ ଧରି ଉପର ମହଲାରୁ ତଳ ମହଲାକୁ ସିଡିରେ ଓହ୍ଲାଉଥିବାବେଳେ ହାଇ ହିଲ୍‍ ଚପଲ ଯୋଗୁଁ ନିୟନ୍ତ୍ରଣ ହରାଇ ପଡିଯାଇଥିଲେ। ଏଥିରେ ସେ ନିଜେ ଆହତ ହେବା ସହ ହାତରେ ଧରିଥିବା ୬ମାସ ଶିଶୁଟିର ମୃତ୍ୟୁ ହୋଇଥିଲା।

Leave A Reply