ସର୍ବଶିକ୍ଷା ଅଭିଯାନର ବିଡମ୍ବନା

0

ବ୍ରହ୍ମପୁର: ‘ସଭିଏଁ ପଢ଼ିବେ ସଭିଁଏ ବଢ଼ିବେ’ ଏହି ସ୍ଲୋଗାନଟି ଅନେକ ସ୍ଥାନରେ କେବଳ ସ୍ଲୋଗାନରେ ହିଁ ସୀମିତ ରହିଯାଇଛି । ଏହି ଯେପରିକି ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ କଙ୍କୋରଡ଼ା ଗ୍ରାମରେ ତାହାର ଏକ ଝଲକ ଦେଖିବାକୁ ମିଳିଛି । ମେଡ଼ିକାଲ ଛକରେ ଜଣେ ନାବାଳକ ଗୁପଚୁପ୍ ବିକ୍ରୀ କରୁଥିବା ଦୃଶ୍ୟ ସର୍ବଶିକ୍ଷା ଅଭିଯାନର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପିଲାମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ମାଗଣା ପୁସ୍ତକ,ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି । ତଥାପି ଏହି ନାବାଳକ ପରି ଅନେକ ପିଲା ପାଠପଢ଼ାରୁ ବଂଚିତ ହୋଇ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ତେଣୁ ଶ୍ରମ ବିଭାଗ ସମେତ ପ୍ରଶାସନିକ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଲେ ଅନେକ ଶିଶୁ ଶ୍ରମିକ ବିଦ୍ୟାଳୟ ମୁହାଁ ହେବେ, ଆଉ ନିଜେ ନିଜର ସୁନ୍ଦର ଭବିଷ୍ୟତ ଗଢ଼ିପାରିବେ ।

Leave A Reply