ଆଠଗଡ଼ ସୁରକ୍ଷା ମଞ୍ଚର ଦାବିପତ୍ର

ଆଠଗଡ଼: କଟକ ଉନ୍ନୟନ କର୍ତ୍ତୃପକ୍ଷରେ ଆଠଗଡ଼ର ୫୭ଗ୍ରାମ ମିଶ୍ରଣକୁ ଆଠଗଡ଼ ସୁରକ୍ଷା ମଞ୍ଚ ପକ୍ଷରୁ ତୀବ୍ର ବିରୋଧ କରାଯିବା ସହ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଏକ ଦାବିପତ୍ର ଶନିବାର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଆଠଗଡ଼ବାସୀଙ୍କ ମତାମତକୁ ଉପେକ୍ଷା କରି ଏବଂ ସଂପୃକ୍ତ ଗ୍ରାମଗୁଡିକରେ ଜନଶୁଣାଣି ନକରି ଏପରି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କିପରି ଓ କାହିଁକି ନଗର ଉନ୍ନୟନ ବିଭାଗ ନେଲା ତାକୁ ନେଇ ଆଠଗଡ଼ରେ ଦ୍ୱନ୍ଦ ଓ ଅସନ୍ତୋଷ ଲାଗି ରହିଥିବାରୁ ସେ ବିଜ୍ଞପ୍ତିକୁ ପ୍ରତ୍ୟାହାର କରାଯାଉ ବୋଲି ସୁରକ୍ଷା ମଞ୍ଚର ସଂପାଦକ ଜଗଦାନନ୍ଦ ତ୍ରିପାଠୀ ଦାବି କରିଥିଲେ। ନଚେତ୍‌‌ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଶ୍ରୀ ତ୍ରିପାଠୀଙ୍କ ସମେତ ଆଇନଜୀବୀ ଶ୍ରୀନିବାସ ଦାସ, ପ୍ରକାଶ କୁମାର ସେଠୀ, ସଂକର୍ଷଣ ମହାନ୍ତି, ଦେବରାଜ ସ୍ୱାଇଁ ପ୍ରଦୀପ ମହାପାତ୍ର ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳି ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ଦେଇଥିଲେ।

Comments are closed.