ଉଦୟଙ୍କ ଘରେ ବିଜେଡି ନେତାଙ୍କ ମିଶ୍ରଣ ପର୍ବର ପ୍ରସ୍ତୁତି ବୈଠକ

ଚିକିଟି :  ଆଜି ଚିକିଟି ନିର୍ବାଚନ ମଣ୍ଡଳୀ ର ବିଜେଡି ମହଲରେ ନୂତନ ସମିକରଣର ଲକ୍ଷ ଦେଖାଦେଇଛି । ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଉଦୟ ନାଥ ପ୍ରଧାନ ବିଜେପିରୁ ଇସ୍ତଫା ଦେବାପରେ ବିଜେଡିର ମିଶିବା ନେଇ ବିଭିନ୍ନ ଆଲୋଚନା ଲାଗିରହିଥିଲା । ଆଜି ସମସ୍ତ ପ୍ରତିକ୍ଷାର ଅନ୍ତ ଘଟିଛି । କେ ନୂଆଗାଁ ସ୍ଥିତ ନିଜସ୍ୱ ବାସଭବନରେ ଏକ କର୍ମୀ ସମ୍ମୀଳନୀ ର ଆୟୋଜନ କରାଯାଇଥିଲା । ଏଥିରେ ଉଷା ଦେବୀଙ୍କ ପୁତ୍ର ତଥାଚିକିଟି ନିର୍ବାଚନର ବିଜେଡି ମଙ୍ଗୁଆଲ ଚିନ୍ମୟନନ୍ଦ ଶ୍ରୀରୁପ ଦେବ , ସଂଗଠକ ସୁରେନ୍ଦ୍ର ମଣ୍ଡଳ ଓ ଅନେକ ବିଜେଡି କର୍ମୀଙ୍କ ଗହଣରେ ଉଦୟ ନାଥ ପ୍ରଧାନ ବିଜେଡିର ଯୋଗଦାନ କରିବା ଘୋଷଣା କଲେ । ଉଦୟ ଙ୍କ ସହ ତାଙ୍କର ଚିକିଟି ଓ ପାତ୍ରପୁର ବ୍ଲକର କର୍ମୀ ସୁଶାନ୍ତ ପ୍ରଧାନ, ନରସିଂହ ପ୍ରଧାନ , ପ୍ରଶାନ୍ତ ମଣ୍ଡଳ, ସୁବାସ ବକ୍ସି , ନରସିଂହ ସେଠି , ଅଭିମନ୍ୟୁ ଜାନି , ଭାସ୍କର ବେହେରା , ନିରଞ୍ଜନ ପଣ୍ଡା , ନାରାୟଣ ପ୍ରଧାନ , ଅନୁଜ ପଣ୍ଡା , ଦ୍ଵାରିକା ପଣ୍ଡା , ଅନାଦି ବେହେରା, ଚାନ୍ଦ ପ୍ରଧାନ , ବଣ୍ଟି ପ୍ରଧାନ ପ୍ରମୁଖ ବିଜେଡିର ଯୋଗ ଦାନ କରି ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିବା ସୂଚନା ଦେଇଛନ୍ତି । ଏହି ବୈଠକରେ କେନୂଆଗାଁ ପଞ୍ଚାୟତର ବିଜେଡି କର୍ମୀ ଟୁନା ପ୍ରଧାନ , ସରପଞ୍ଚ ସୁଷମା ମିଳିକ , ସମିତି ଶଭୁ ବାଳକୃଷ୍ଣ ପ୍ରଧାନ , ନାୟବ ସରପଞ୍ଚ ବଳରାମ ବିଷୋୟୀ , ବାରିକ ସେଠି , ଜୁର ପ୍ରଧାନ , ପୂର୍ଣ୍ଣ ପଣ୍ଡା , ବାଳକୃଷ୍ଣ ପଟ୍ଟନାୟକ , କବିର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଉଦୟଙ୍କ ବିଜେଡିର ଯୋଗଦାନ ପରେ ଚିକିଟି ନିର୍ବାଚନରେ ସାଙ୍ଗଠନିକ କାର୍ଯ୍ୟ ବୃଦ୍ଧି ହେବା କୁହାଯାଇଛି ।

Comments are closed.