ଚିକିଟି ତହସିଲରେ ଗଡ଼ିଲା ରାଜସ୍ବ ରଥ

ଚିକିଟି :  ଆଜି ଚିକିଟି ତହସିଲ ରେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ରାଜସ୍ୱ ରଥ କୁ ତହସିଲଦାର ବିଶ୍ୱରଂଜନ କହଁର ଙ୍କ ଦ୍ଵାରା ଶୁଭାରମ୍ଭ ହୋଇଯାଇଛି । ଏହି ରଥ ଚିକିଟି ତହସିଲ ର ୭ଟି ଆରଆଇ ସର୍କିଲ ର ସମସ୍ତ ଗ୍ରାମ ବୁଲି ଲୋକଙ୍କ ଘରକୁ ଯାଇ ବିଭିନ୍ନ ରାଜସ୍ୱ ସେବା ପ୍ରଦାନ କରିବ । କରୋନା ସମୟରେ ଲୋକେ ଆଉ ତହସିଲ କୁ ଦୌଡ଼ିବାକୁ ପଡିବନି । ପ୍ରଶାସନ ପ୍ରତି ଘରକୁ ଯାଇ ପଟ୍ଟା ବଣ୍ଟନ କରିବା ସହ ବିବିଧ ଦରଖାସ୍ତ ଗ୍ରହଣ କରିବ ।

ଏଥିସହ କରୋନା ସଚେତନତା ସୃଷ୍ଟି କରିବ । ଆଜି ଚିକିଟି ଏନଏସି ରେ ରଥ ବୁଲି ପଟ୍ଟା ବଣ୍ଟନ କରିବା ସହ ରାଜସ୍ୱ ସମ୍ବନ୍ଧୀୟ ବିବିଧ ଦରଖାସ୍ତ ଗ୍ରହଣ କରିଛି । ଶୁଭାରମ୍ଭ ଦିନରେ ଚିକିଟି ଆରଆଇ କୁମୁଦ ପଟ୍ଟନାୟକ , କିରାଣୀ ପୀତବାସ ନାୟକ , ସହଦେଵ ସାହୁ ଓ ଅନ୍ୟନ୍ୟ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ଯୋଜନା ପ୍ରଣୟନ ଦ୍ୱାରା ଲୋକେ ଆଉ ତହସିଲ କୁ ଦୌଡ଼ିବାକୁ ପଡିବନି ଓ ଘର ବାରଣ୍ଡାରେ ପ୍ରଶାସନ ପହଁଚି ସେବା ପ୍ରଦାନ କରିବ , ଏହାଦ୍ୱାରା ଲୋକେ ବେଶ ଉପକୃତ ହେବେ ବୋଲି  ଆଶା କରାଯାଉଛି ।

Comments are closed.