ଚିକିଟି ଏନଏସିକୁ ପ୍ଲାଷ୍ଟିକ ମୁକ୍ତ ପାଇଁ ଆରମ୍ଭ ହେଲା ଅଭିଯାନ

ଚିକିଟି: ଚିକିଟି ବିଜ୍ଞପିତ ଅଞ୍ଚଳ ପରିଷଦର ୧୨ଟି ୱାର୍ଡକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଦୀର୍ଘ ୫ ଦିନ ଧରି ଏହି ଏନଏସିର ସମସ୍ତ ସାହି, ପୋଖରୀ, ରାସ୍ତା କଡ଼, ପୋଖରୀ, ନାଳ ନର୍ଦ୍ଦମାରେ ପଡିଥିବା ପ୍ଲାଷ୍ଟିକକୁ ସଂଗ୍ରହ କରି ଡ଼ମ୍ପିଂ ୟାର୍ଡ଼କୁ ନିଆଯାଇଛି। ପୁରା ସହରକୁ ଚକାଚକ କରାଯାଇଛି। ଏନେଇ ବିଭିନ୍ନ ୱାର୍ଡର କାନ୍ଥରେ ସଚେତନତା ବାର୍ତ୍ତା ଲେଖା ଯିବା ସହ ଏକ ସଚେତନତା ରାଲି ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ପ୍ଲାଷ୍ଟିକ ମୁକ୍ତ ଚିକିଟି ଗଠନ ପାଇଁ ବୁଝାଇଛନ୍ତି।

ସହରର ସମସ୍ତ ଦୋକାନରୁ ପ୍ଲାଷ୍ଟିକ ସଂଗ୍ରହ କରାଯିବା ସହ ପଲିଥିନ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁଙ୍କ ସମେତ ଏନଏସିର ସମସ୍ତ କର୍ମଚାରୀ, ଅଙ୍ଗନାବାଡ଼ି କର୍ମୀ, ଆତ୍ମ ସହାୟିକା ଗୋଷ୍ଠୀର ସଦସ୍ୟ, ସ୍ବେଛାସେବୀ, ବିରିଷ୍ଠ ନାଗରିକମାନେ ଅଂଶଗ୍ରହଣ କରିଥିଲେ।

Comments are closed.