ବାତ୍ୟା ଗୁଲାବ ପାଇଁ ପ୍ରଶାସନ ତତ୍ପର, ସନ୍ଧ୍ୟା ସୁଦ୍ଧା ୨୦୦୦ ଲୋକ ସ୍ଥାନାନ୍ତର

ଚିକିଟି: ବାତ୍ୟା ଗୁଲାବ ର ମୁକାବିଲା ପାଇଁ ପ୍ରଶାସନ ପୁରା ତତ୍ପର ଓ ଜିରୋ କାଜୁଆଲଟି ପାଇଁ ଲାଗି ପଡିଛି ପ୍ରଶାସନ । ତୁହାକୁ ତୁହା ବର୍ଷା ସାଙ୍ଗକୁ ମଝିରେ ମଝିରେ ପବଣ୍ଟ ଝଟକା ଦେଖାଉଛି ବାତ୍ୟା ଗୁଲାବ । ସନ୍ଧ୍ୟାରୁ ଲ୍ୟାଣ୍ଡ ଫଳ ପ୍ରକ୍ରିୟା ଆରମ୍ଭ ହୋଇଛି । ବ୍ଲକର ୧୭ ଟି ପଞ୍ଚାୟତ ଓ ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଧନ ଜୀବନ ସୁରକ୍ଷା ଉର ସତର୍କ ଦୃଷ୍ଟି ରଖାଯାଇଥିବା ବେଳେ ସମୁଦ୍ର ଉପକୁଳ ଗ୍ରାମ ମାନଙ୍କ ଉପରେ ଫୋକସ ରଖାଯାଇଛି । ସନ୍ଧ୍ୟା ସୁଦ୍ଧା ଦୁଇ ହଜାର ଲୋକଙ୍କୁ ସ୍ଥାନନ୍ତର କରାଯାଇଛି ।

 

ବହୁଚର୍ଚ୍ଚିତ ଉପକୂଳ ରାମେୟ ପାଟଣା ଗ୍ରାମରେ ପ୍ରଶାସନ ଡେରା ପକେଇ ଲୋକଙ୍କୁ ସ୍ଥାନାନ୍ତର ପାଇଁ ସଚେତନ କରାଉଛନ୍ତି । ରାମେୟ ପାଟଣାରେ ଉପଜିଲାପାଳ , ଜିଲାପାଳ ଓ ଆରଡିସି ପହଞ୍ଚି ଲୋକଙ୍କୁ ବାତ୍ୟା ନିରୋଧକ ଗୃହ ଓ ବାତ୍ୟା ଆଶ୍ରୟ ସ୍ଥଳୀ କୁ ସ୍ଥାନାନ୍ତର ପାଇଁ ବୁଝାଉଛନ୍ତି । ସାନ୍ଧ୍ୟ ଯାଏ ତହସିଲଦାର ବିଶ୍ୱ ରଂଜନ କହଁର , ବିଡିଓ ଫାଲ୍ଗୁନି ମାଝୀ ଓ ବିଭିନ୍ନ ଅଧିକାରୀ ଉପକୂଳ ଗ୍ରାମ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ପାତି ସୁନାପୁର , ଅନନ୍ତ ରାୟ ପୁର , କତୁରୁ , ଡ଼ଙ୍କଲପାଡ , ସୁନାପୁର ଆଦି ଗ୍ରାମରେ ଦୁର୍ବଳ ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ଉପକୂଳ ଅଞ୍ଚଳର ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳ ମାନଙ୍କରେ ରଂଧାଖାଦ୍ୟ ପ୍ରସ୍ତୁତ କରାଯାଇଛି ।

Comments are closed.