ଚିକେନ ମଲାଇ କବାବ

ଆବଶ୍ୟକ ସାମଗ୍ରୀ
ଚିକେନ – ୫୦୦ ଗ୍ରାମ (ବୋନଲେସ ଚିକେନ)
କ୍ରିମ – ୧ କପରୁ ସାମାନ୍ୟ କମ
ତେଲ – ଆବଶ୍ୟକ ପରିମାଣରେ
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଅଦାରସୁଣ ବଟା – ୧ ଚାମଚ
ଗରମ ମସଲା – ୧ ଚାମଚ
ଜିରା ଗୁଣ୍ଡ – ଅଳ୍ପ
ଲେମ୍ବୁ ରସ – ୧ ଚାମଚ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଛୁରୀରେ ସାମାନ୍ୟ କାଟି ଦିଅନ୍ତୁ। ଏବେ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, କ୍ରିମ, ଲେମ୍ବୁ ରସ, ଗରମ ମସଲା, ଅଦାରସୁଣ ବଟା, ଜିରା ଗୁଣ୍ଡ, ତେଲ ପକାଇ ଭଲ ଭାବେ ଗୋଳାଇ ୨ ଘଣ୍ଟା ରଖି ଦିଅନ୍ତୁ। ଏବେ ଏହାକୁ ଓଭନରେ ୧୦ ମିନିଟ ରୋଷ୍ଟ କରିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ ମଲାଇ କବାବ।

Comments
Loading...