ଚିକେନ ହଙ୍ଗାମା

0

ଚିକେନ – ୫୦୦ ଗ୍ରାମ
କଟା ପିଆଜ – ୪ଟି
କଟା ଟମାଟୋ – ୨ଟି
କଞ୍ଚା ଲଙ୍କା – ୪ଟି
ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
ତେଲ – ଆବଶ୍ୟକ ଅନୁଯାୟୀ
ଅଦା ରସୁଣ ବଟା – ଆବଶ୍ୟକ ଅନୁଯାୟୀ
ଗରମ ମସଲା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଜିରା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
କଟା ଧନିଆ ପତ୍ର – ଆବଶ୍ୟକ ଅନୁଯାୟୀ
ପସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଏକ ବଡ଼ ପାତ୍ରରେ ରଖନ୍ତୁ। ଏବେ ଏଥିରେ ହଳଦୀ ଗୁଣ୍ଡ , ଲଙ୍କା ଗୁଣ୍ଡ , ଲୁଣ , ଗରମ ମସଲା, ଜିରା ଗୁଣ୍ଡ ପକାଇ ଗୋଳାନ୍ତୁ। ଭଲ ଭାବେ ଗୋଳାଇବା ପରେ ଏଥିରେ କଟା ପିଆଜ , ଟମାଟୋ , କଞ୍ଚା ଲଙ୍କା, ତେଲ ଅଦା ରସୁଣ ବଟା ପକାଇ ଗୋଳାଇ ୧୫ ରୁ ୨୦ ମିନିଟ ରଖନ୍ତୁ। ଏହା ପରେ ଗ୍ୟାସ ଲଗାଇ ଏକ କଡ଼େଇ ବସାଇ ଗୋଳାଇ ରଖିଥିବା ଚିକେନକୁ ଏଥିରେ ପକାଇ ଭଲ ଭାବେ କଷନ୍ତୁ। ଭଲ ଭାବେ କଷି ହେବା ପରେ ଅଳ୍ପ ପାଣି ଦେଇ କଟା ଧନିଆ ପତ୍ର ପକାଇ ଗ୍ୟାସରେ ୧୦ ମିନିଟ ବସାନ୍ତୁ। ଏବେ ଏକ ପାତ୍ରକୁ କାଢି ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।

Leave A Reply