ମକା ଚିକେନ

ଆବଶ୍ୟକ ସାମଗ୍ରୀ
କନ୍ଦମୂଳ – ୨କପ
ଚିକେନ – ୨କପ (ଛଣା ହୋଇଥିବା)
ସିଝା ମକା – ୧କପ
ବିନସ୍ – ୧କପ
ସିମଲା ଲଙ୍କା – ୧କପ
ପିଆଜ – ୧ଟି (କଟା ହୋଇଥିବା)
ରସୁଣ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ଲଙ୍କା ଗୁଣ୍ଡ – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
ଗୋଲମରିଚ ଗୁଣ୍ଡ – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ପିଆଜ, ରସୁଣ, ସିମଲା ଲଙ୍କା,କନ୍ଦମୂଳ ପକାଇ ଭାଜି ଦିଅନ୍ତୁ। ଭାଜିବା ପରେ ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ ପକାଇ ଗୋଳାନ୍ତୁ। ଏବେ ଏଥିରେ ବିନସ, ସିଝା ମକା ପକାଇ କିଛି ସମୟ ଭାଜିବା ପରେ ଛଣା ଚିକେନ, ଲୁଣ, ଗୋଲମରିଚ ଗୁଣ୍ଡ ପକାଇ ୩ ରୁ ୪ ମିନିଟ ଗ୍ୟାସରେ ବସାଇ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମକା ଚିକେନ।