କଲମୀ କବାବ

ଆବଶ୍ୟକ ସାମଗ୍ରୀ
ଚିକେନ – ୨୫୦ଗ୍ରାମ
ଅଦା ରସୁଣ ବଟା – ୩ଚାମଚ
ଡ଼ାଲଚିନି ଗୁଣ୍ଡ – ୧ଚାମଚ
ମଇଦା – ଅଳ୍ପ
କଟା ପିଆଜ – ୩ଟି
ଲବଙ୍ଗ – ୨ଟି
ଲେମ୍ବୁ ରସ – ୨ଚାମଚ
ଅଣ୍ଡା – ୨ଟି
ଲୁଣ – ଆବଶ୍ୟକ ପରିମାଣରେ
ପାଣି – ଆବଶ୍ୟକ ପରିମାଣରେ
ସାଜ୍ଜସଜା ପାଇଁ – ପୁଦିନା ପତ୍ର, କଟା ପିଆଜ,
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଏହାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହା ପରେ ଏହାକୁ ଗରମ ପାଣିରେ ପକାଇ ୫ ରୁ ୮ ମିନିଟ ରଖନ୍ତୁ। ୫ ରୁ ୮ ମିନିଟ ପରେ ଏହାକୁ ପାଣିରୁ ଛାଣି ଏକ ପାତ୍ରରେ ରଖନ୍ତୁ ଓ ଏଥିରେ ଅଦା ରସୁଣ ବଟା, ଲୁଣ, ଡ଼ାଲଚିନି ଗୁଣ୍ଡ, ଲେମ୍ବୁ ରସ, ଲବଙ୍ଗ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଗୋଳାଇବା ପରେ ଏଥିରେ ଅଣ୍ଡାକୁ ଭାଙ୍ଗି ପକାନ୍ତୁ। ଅଣ୍ଡା ପକାଇବା ପରେ ପିଆଜ, ମଇଦା ପକାଇ ଭଲ ଭାବେ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ମିଶ୍ରଣକୁ ପ୍ରାୟ ୩୦ ମିନିଟ ରଖନ୍ତୁ। ଏବେ ଗ୍ୟାସ ଲଗାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ମିଶ୍ରଣରୁ ହାତରେ ଛୋଟ ଛୋଟ ବଲ ଭଳି କରି ଛାଣନ୍ତୁ। ଭଲ ଭାବେ ଛାଣିବା ପରେ ଏହାକୁ ଏକ ପାତ୍ରକୁ କାଢନ୍ତୁ ଓ କଟା ପିଆଜ , ପୁଦିନା ପତ୍ର ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କଲମୀ କବାବ। ଏହାକୁ ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।

Comments are closed.