ଭାରତକୁ ଆସିଲା ୩୮ଲକ୍ଷ ଟଙ୍କାର ବାଇକ୍‍

0

ନୂଆଦିଲ୍ଲୀ : ଭାରତର ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ‘ଇଣ୍ଡିଆନ ମୋଟରସାଇକେଲ’ ନିଜର ନୂତନ ମଡେଲ ବାଇକ୍‍ ‘ଚିଫଟେନ୍‍ ଇଲାଇଟ୍‍’କୁ ଭାରତରେ ବଜାର ପ୍ରବେଶ କରାଇଛି। ଏହି ବାଇକ୍‍ର ମୂଲ୍ୟ ଏକ୍ସ ସୋରୁମ ଅନୁସାରେ ୩୮ଲକ୍ଷ ଟଙ୍କା ରହିଛି। ସମଗ୍ର ବିଶ୍ୱରେ ମାତ୍ର ୩୫୦ଟି ୟୁନିଟ ନିର୍ମାଣ କରାଯାଇଛି। ଏହି ନୂତନ ମଡେଲ ବାଇକରେ ଗ୍ରାହକଙ୍କ ନିମନ୍ତେ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରାଯାଇଛି। ଏହି ବାଇକ୍‍ରେ ଚମଡା ସିଟ୍‍, ବ୍ଲୁଟୁଥ ବ୍ୟବହାର, ଗୀତ ଶୁଣିବା, ଗାଡି ସମ୍ମୁଖରେ ୭ଇଞ୍ଚ ସ୍କ୍ରିନ, ପୁସ ବଟନ ପାୱାର ୱିଣ୍ଡସିଲ ଆଦି ବ୍ୟବସ୍ଥା ରହିଛି। ଗାଡିର ଯାନ୍ତ୍ରୀକ ସୁବିଧା ଦେଖିବାକୁ ଗଲେ ୧୮୧୧ସିସି, ଥଣ୍ଡରଷ୍ଟୋକ ୧୧୧ ଭି-ଟ୍ୱିନ ଇଞ୍ଜିନ ସହ ପଛରେ ୩୦୦ଏମଏମ ଡିସ୍‍ ଓ ସମ୍ମୁଖରେ ଦୁଇଟି ୩୦୦ଏମଏମ ଡିସ ବ୍ରେକ ରହିଛି। ଏଥିସହ ବାଇକ୍‍ରେ ମାର୍ବଲ ଆସେଣ୍ଟ ସହ ବେସପୋକ ବ୍ଲାକ, ରୂପା ରଙ୍ଗର ବ୍ୟବହାର କରାଯାଇଛି।

Leave A Reply