କାଳବୈଶାଖୀର ତାଣ୍ଡବ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ କାଳବୈଶାଖୀର ତାଣ୍ଡବରେ ବିରାଟ ଆମ୍ବ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି । ଗତକାଲି ଅପରାହ୍ନରେ ଘଡଘଡି ସହ କୁଆପଥର ବର୍ଷା ହୋଇଥିବା ଯୋଗୁଁ ବ୍ଲକ ବାସୀ ଆଶସ୍ତି ହୋଇଥିବା ବେଳେ ଅନ୍ୟ ପଟେ ମାଝୀଗୁଡା ପଞ୍ଚାୟତର ଜିଲୁଣ୍ଡା ଛକପାଖରେ ଥିବା ବିରାଟ ଆମ୍ବଗଛ ମୂଳରୁ ଉପୁଡି ପଡି ରାସ୍ତାରେ ପଡି ଯାଇଥିଲା। ଯାହାଫଳରେ ଛୋଟବଡ଼ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା । ଏହା ଦେଖି ବଡ ନାୟକ ଗୁଡା ,ମାଝୀଗୁଡା ଗ୍ରାମର ଲୋକ ମାନେ ଛୋଟ ଛୋଟ ଡାଳ କାଟୁଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ଅଗ୍ନିଶମ ବିଭାଗର ଏସ ଆଇ ବଲରାମ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ମାଝୀଗୁଡା ପଞ୍ଚାୟତରେ ନିମାଝଲା ଓ ମାଝୀଗୁଡାର ଜିଲୁଣ୍ଡା ଯିବା ଛକରେ ପୂରାତନ ବିରାଟ ବଡ଼ ଆମ୍ବ ଗଛ ମୂଳରୁ ଉପୁଡି ଯାଇଥିବା ଖବର ପାଇ ଅଗ୍ନିଶମ ବିଭାଗ ପକ୍ଷରୁ ଗଛକୁ କାଟି ସଫା କରାଯାଇଛି।

Comments are closed.