ନକଲି ଔଷଧ କାରବାର: କ୍ରାଇବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଲେ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ରାଜ୍ୟରେ ନକଲି ଔଷଧ କାରବାର ଚାଲିଛି। ପ୍ରଥମେ କଟକରୁ ନକଲି ଔଷଧ ଜବତ କରାଯାଇଥିଲା। ଏହାପରେ ରାଜ୍ୟର ବିଭିନ୍ନ ଜିଲାରେ ନକଲି ଔଷଧ ଠାବ ସହିତ ଏସବୁ ଜବତ କରାଯାଇଛି। ନକଲି ଔଷଧ କାରବାର ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ଦେଶ ଦେଇଛନ୍ତି।

କଟକରୁ ବିପୁଳ ପରିମାଣର ନକଲି ଔଷଧ ଠାବ ହୋଇଥିଲା। ନକଲି କରୋନା ଔଷଧ ଫାଭିପିରାଭିର ଠାବ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମ ବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି। ଫାଭିପିରାଭିର ସହିତ ଆଉ ୯ ପ୍ରକାର ଔଷଧ ବି ଠାବ କରାଯାଇଥିଲା। ତେଣୁ ଜୀବନ ରକ୍ଷାକାରୀ କରୋନା ଔଷଧ ଫାଭିପିରାଭିର ସହିତ ଅନ୍ୟ ୯ ପ୍ରକାର ଔଷଧ କାରବାରର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଥିବା ସୂଚନା ମିଳିଛି।

Comments are closed.