ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା, ସହରାଞ୍ଚଳ ଓ ସମ୍ବେଦନଶୀଳ ଅଞ୍ଚଳ ଉପରେ ତୀକ୍ଷ୍ମ ନଜର ରଖିବାକୁ ପରାମର୍ଶ

ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା କରିଛନ୍ତି। ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟର ସମସ୍ତ ଜିଲାପାଳ ଓ ଏସ୍‌ପିମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିଛନ୍ତି। ଏହି ସମୀକ୍ଷା ବୈଠକରେ ମୁଖ୍ୟଶାସନ ସଚିବ, ଏସ୍‌ଆର୍‌ସି ଓ ସ୍ବାସ୍ଥ୍ୟ ବିଭାଗ ଏସ୍‌ସିଏସ୍‌ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟରେ ବ୍ୟାପକ ଜନ ସଚେତନତା ଓ ଗାଇଡ୍‌ଲାଇନ୍‌ ପାଳନ କରାଯିବା ଉଚିତ। ଏହାସହିତ ସର୍ଭେଲାନ୍ସ ଏବଂ ଟେଷ୍ଟିଂ ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ପୁଲିସ ଯାଞ୍ଚ ଅଧିକ କଡ଼ାକଡ଼ି ସହିତ ଆବଶ୍ୟକ ପଡ଼ିଲେ ମିନି କଣ୍ଟେନ୍‌ମେଣ୍ଟ ଜୋନ୍ କରିବାକୁ ପ୍ରସ୍ତାବ ସାଙ୍ଗକୁ ସହରାଞ୍ଚଳ ଓ ସମ୍ବେଦନଶୀଳ ଅଞ୍ଚଳ ଉପରେ ତୀକ୍ଷ୍ମ ନଜର ରଖିବା ଏବଂ ହୋଲି ପାଇଁ ଏସ୍‌ଆର୍‌ସିଙ୍କ ଗାଇଡ୍‌ଲାଇନ୍‌ କଡ଼ାକଡ଼ି ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ସେହିପରି ଅଫିସିଆଲ୍‌ ମିଟିଂ ଭର୍ଚୁଆଲ୍‌ ମାଧ୍ୟମରେ କରିବାକୁ ନିର୍ଦେଶ ଦେଇଛନ୍ତି। କରୋନା ପରିସ୍ଥିତିର ନିୟମିତ ସମୀକ୍ଷା କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଲୋଚନା ସମୟରେ ଅନେକ ପ୍ରସ୍ତାବ ଦିଆଯାଛି। ଆର୍‌ଟିପିସିଆର୍‌ ଟେଷ୍ଟ ଅଧିକ ବଢ଼ାଇବା ସହିତ ଟେଷ୍ଟ, ଟ୍ରାକ୍‌ ଏବଂ ଟ୍ରିଟ୍‌କୁ ଗୁରୁତ୍ବ ଦେବାକୁ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।


ରାଜ୍ୟରେ ଆଜି ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଛି। ୨୪ ଘଣ୍ଟାରେ ଆଉ ୧୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୬୭, ସ୍ଥାନୀୟ ୪୬ । ମୋଟ ପଜିଟିଭ ସଂଖ୍ୟା ୩,୩୯,୦୭୬ରେ ପହଞ୍ଚିଛି। ୩,୩୬,୨୦୬ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୯୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୨୧ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୨୦, କଟକରୁ ୧୭, ଖୋର୍ଦ୍ଧାରୁ ୧୪ ଆକ୍ରାନ୍ତ ଚିହ୍ନଟ। ଅନୁଗୁଳରୁ ୫, ବାଲେଶ୍ୱର ୨, ବରଗଡ ୧, ବଲାଙ୍ଗୀର ୩, ବୌଦ୍ଧ ୧, ଢେଙ୍କାନାଳ ୧, ଗଜପତି ୧, ଜଗତସିଂହପୁର ୫, ଯାଜପୁର ୪, ଝାରସୁଗୁଡା ୪, କଳାହାଣ୍ଡି ୭, କେନ୍ଦ୍ରାପଡା ୩, କେନ୍ଦୁଝର ୨, କୋରାପୁଟ ୧, ମୟୁରଭଞ୍ଜ ୧୧, ନୂଆପଡା ୪, ରାୟଗଡା ୧, ସମ୍ବଲପୁର ୩, ଷ୍ଟେଟ ପୁଲରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.