ମୋଦୀଙ୍କୁ ଭେଟିଲେ କେସିଆର ; କେନ୍ଦ୍ରୀୟ ବିଦ୍ୟାଳୟ ଓ ଆଇଆଇଟି ପାଇଁ ଦାବି

0

ନୂଆଦିଲ୍ଲୀ : ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ୍ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ (କେସିଆର) ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ତେଲଙ୍ଗାନା ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ କେସିଆର ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତ କାଳରେ କେସିଆର ତେଲଙ୍ଗାନାର ୧୦ଟି ପଛୁଆ ଜିଲା ପାଇଁ ସ୍ବତନ୍ତ୍ର ପାଣ୍ଠି ଯୋଗାଣ, ରାଜ୍ୟରେ ଅଲଗା ହାଇକୋର୍ଟ ସ୍ଥାପନ, ନୂଆ ଜିଲାରେ କେନ୍ଦ୍ରୀୟ ବିଦ୍ୟାଳୟ ଓ କରିମନଗର ଜିଲାରେ ଆଇଆଇଟି ସ୍ଥାପନ ପାଇଁ ଦାବି କରିଥିଲେ।
ଏହା ପୂର୍ବରୁ କେସିଆର ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ। ଏହି ସାକ୍ଷାତ କାଳରେ  ଅଣବିଜେପି ଓ ଅଣକଂଗ୍ରେସକୁ ବାଦ୍ ଦେଇ ଫେଡେରାଲ ଫ୍ରଣ୍ଟ ଗଠନ ଲାଗି ଆଲୋଚନା କରିଥିଲେ। ଏହି କ୍ରମରେ କେସିଆର ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଓ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ତେବେ କେସିଆରଙ୍କ ଫେଡେରାଲ ଫ୍ରଣ୍ଟ ଗଠନ ପ୍ରୟାସକୁ ଅଖିଳେଶ ପ୍ରଶଂସା କରି ତାଙ୍କ ସହ ଯୋଗଦେବେ ବୋଲି ଆଗ୍ରହ ପ୍ରକାଶ କରିଛନ୍ତି। ଅଖିଲେଶ ଫେଡେରାଲ ଫ୍ରଣ୍ଟ ପ୍ରସଙ୍ଗରେ ଆଲୋଚନା ପାଇଁ ଜାନୁଆରୀ ୬ରେ ସେ କେସିଆରଙ୍କୁ ହାଇଦରାବାଦରେ ଭେଟିବେ ବୋଲି କହିଛନ୍ତି।

Leave A Reply