ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଠିକୁ ୫୪ ହଜାର, ରେଡ କ୍ରସକୁ ୨୦ ହଜାର ଟଙ୍କା ପ୍ରଦାନ

ମୁରିବାହାଲ : ମୁରିବାହାଲ ବ୍ଲକ ଅଙ୍ଗନବାଡି କର୍ମୀ ଓ ସହାୟିକା  ସଂଘ ପକ୍ଷରୁ  ସିଡିପିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଠିକୁ ଓ ରେଡକ୍ରସକୁ ସହାୟତା ପ୍ରଦାନ କରାଯାଇଛି । ମୁରିବାହାଲ ବ୍ଲକର ସମସ୍ତ ୧୯୮ଜଣ  ଅଙ୍ଗନବାଡି କର୍ମୀ ଓ ସହାୟିକା ନିଜର ଗୋଟିଏ ଦିନର ଦରମା ବାବଦକୁ ୫୪ହଜାର ୨୫୦ ଟଙ୍କା ମୁଖ୍ୟ ମନ୍ତ୍ରୀ ରିଲିଫ ଫାଣ୍ଠିକୁ  ଓ ୨୦ ହଜାର ଟଙ୍କା ଜିଲ୍ଲା ରେଡ କ୍ରସକୁ କରୋନା ସହାୟତା ପାଇଁ ମୁରିବାହାଲ ସିଡିପିଓ ସରସୀ ପଣ୍ଡାଙ୍କ ଜରିଆରେ ଶୁକ୍ରବାର ପ୍ରଦାନ କରିଛନ୍ତି। ଏଥିରେ ବ୍ଲକ ସଂଘ ସଭାନେତ୍ରୀ ଜ୍ୟୋତିର୍ମୟୀ ବାଗ, ସମ୍ପାଦିକା ସଂଯୁକ୍ତା ଦାସ, ତିଲୋତମା ମିଶ୍ର, ଟିମାରାଣୀ ବିଭାର, ରୋହିଣୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.