କରୋନା ଆକ୍ରାନ୍ତ ସରପଞ୍ଚ, ଅଙ୍ଗନୱାଡି ଓ ଆଶା କର୍ମୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

୨ଟାରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟର କରୋନା ପଜିଟିଭ୍ ସରପଞ୍ଚ, ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି । କରୋନା ମୁକାବିଲା ଦିଗରେ ଉତ୍ସର୍ଗୀକୃତ କାର୍ଯ୍ୟ କରିଥିବା ଏହି ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ, ସେମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବେ ବୋଲି କହିଛନ୍ତି ।

ଅନ୍ୟପକ୍ଷରେ କରୋନା ବିରୁଦ୍ଧରେ ଲଢେଇ ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି  ଏବଂ ଅନ୍ୟମାନେ ନିଜକୁ ଓ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ପାଇଁ  ମାର୍ଗଦର୍ଶୀକା ପାଳନ କରିବାକୁ କହିଛନ୍ତି । ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ବ୍ୟବହାର କରୁଥିବା ମୋବାଇଲ ଫୋନ୍ ଓ ଇଲେକଟ୍ରୋନିକ୍ସ ଗ୍ୟାଜେଟକୁ ସାନିଟାଇଜ କରିବାକୁ ପରାମର୍ଶ ଦେଇଛନ୍ତି ।

ତେବେ ଗୁରୁବାର ଦିନ ୨ଟାରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଦେବେ । କରୋନା ଲଢେଇ ବିରୁଦ୍ଧରେ ପରବର୍ତ୍ତୀ ପଦକ୍ଷେପ ଏବଂ ୫ମ ପାଳିର ୧ବର୍ଷ ପୁର୍ତ୍ତି ଅବସରରେ ଭିଡିଓ ବାର୍ତ୍ତାକୁ ବେଶ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଉଛି।

Comments are closed.